🔥 TRENDING ਅਮਰੀਕਾ ਨੇ ਬੈਨ ਕਰ''ਤੀ ਵੀਜ਼ਾ ਫ੍ਰੀ ਐਂਟਰੀ... उपमुख्यमंत्री राजेन्द्र शुक्ल ने जयप्र... अदलहाट इब्राहिमपुर में पानी सप्लाई पर... सर्वजन कल्याण शिक्षण संस्थान को राष्ट्... જૂનાગઢ પોલીસે રાજસ્થાની ટ્રાન્સપોર્ટથી... महर्षि वाल्मीकि जयंती पर शक्तिफार्म मे...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ବିହାର ଡେପୁଟେସନରେ ଯିବେ ଆଇଏଏସ୍ ସଞ୍ଜୟ ସିଂ, ରାଜ୍ୟକୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

✍️ Reporter: Deepak Mahapatra 🗓 27 Oct 2026, 12:56 PM 👁 18
Share: 💬 WhatsApp 📘 Facebook 𝕏 Post
୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ପୂର୍ତ୍ତ ସଚିବ ସଞ୍ଜୟ କୁମାର ସିଂ ଖୁବଶୀଘ୍ର ଓଡ଼ିଶା ଛାଡ଼ିବେ। ପୁଣିଥରେ ନିଜ ଗୃହ ରାଜ୍ୟ ବିହାର କ୍ୟାଡ଼ରକୁ ଯିବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଅକ୍ଟୋବର ୨୨ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଭିଜିଲାନ୍ସ ରିପୋର୍ଟ ମାଗିବା ପରେ ଆଇଏଏସ୍ ଶ୍ରୀ ସିଂ ଇଣ୍ଟର କ୍ୟାଡ଼ର ଡେପୁଟେସନରେ ବିହାର ଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ସୂଚନା ଅନୁସାରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ(ଡିଓପିଟି)ର ଅନୁସଚିବ ରୂପେଶ କୁମାର ଅକ୍ଟୋବର ୨୨ତାରିଖରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି ଆଇଏଏସ୍ ସଞ୍ଜୟ କୁମାର ସିଂହଙ୍କର ଓଡ଼ିଶାରୁ ବିହାରକୁ ଇଣ୍ଟର କ୍ୟାଡ଼ର ଡେପୁଟେସନ୍ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।
ତାଙ୍କର ଡେପୁଟେସନ୍ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସଦ୍ୟତମ ଭିଜିଲାନ୍ସ କ୍ଲିୟରାନ୍ସ ବା ଭିଜିଲାନ୍ସ ସ୍ଥିତି ଓ ସର୍ବଶେଷ ସ୍ଥାବର ସମ୍ପତ୍ତି ବିବରଣୀ (ଆଇପିଆର) ଫାଇଲିଂର ରିପୋର୍ଟ ଅତ୍ୟନ୍ତ ଜରୁରୀ ଭାବେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।
ଏହି ତଥ୍ୟ ପ୍ରଦାନ କରିବା ସମୟରେ ଡିଓପିଟିର ୨୦୨୪ ମସିହା ଅକ୍ଟୋବର ୯ତାରିଖର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ କୁହାଯାଇଛି। ସମସ୍ତ ବିବରଣୀ ତୁରନ୍ତ ଫ୍ୟାକ୍ସ, ଇମେଲ୍ କିମ୍ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ବିଭାଗକୁ ପଠାଇବା ପାଇଁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଯାହାଫଳରେ ତାଙ୍କର ଏହି କ୍ୟାଡ଼ର ଡେପୁଟେସନ୍ ପ୍ରକ୍ରିୟା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ କହିଛି।
ସୂଚନାଯୋଗ୍ୟ ଏବେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଓ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଶ୍ରୀ ସିଂହ ପୂର୍ବରୁ ମଧ୍ୟ ଦୀର୍ଘ ପ୍ରାୟ ୭ବର୍ଷ ଧରି ବିହାରରେ ଆନ୍ତଃ-କ୍ୟାଡ଼ର ଡେପୁଟେସନରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି। ୨୦୦୮ ମସିହା ଫେବୃଆରୀରୁ ୨୦୧୫ ମସିହା ଫେବୃଆରୀ ପର୍ଯ୍ୟନ୍ତ ବିହାର କ୍ୟାଡ଼ରରେ ଅବସ୍ଥାପିତ ଥିଲେ। ଏହି ଅବଧିରେ ସେ ଗୟା ଓ ପାଟନା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସହ ବିହାର ଗୃହ ବିଭାଗର ଅତିରିକ୍ତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭଳି ଅତ୍ୟନ୍ତ ପ୍ରଭାବଶାଳୀ ପଦବୀ ସମ୍ଭାଳିଥିଲେ।
ବିହାରରୁ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାରେ ଇଡକୋ ସିଏମଡି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ, ବିଏମସି କମିଶନର, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭଳି ଅନେକ ପ୍ରମୁଖ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ଶ୍ରୀ ସିଂଙ୍କର ଚାକିରି ଆଉ ୫ବର୍ଷ ରହିଛି।
📲Get App