🔥 ट्रेंडिंग राजस्व एवं भूमि सुधार विभाग की अंचल अध... विधानसभा सदस्य विजय कुमार मंडल ने फारब... सिंगरौली: क्रेशर मालिक को बंदूक की नोक... पाकुड़िया प्रखंड में स्वास्थ्य केंद्रो... मुख्यमंत्री सम्राट चौधरी को ग्रामीण का... आगरा में MLC चुनाव की वोट गिनती, नवीन...
27 अक्टू. 2026•
ગુજરાતી मराठी ਪੰਜਾਬੀ বাংলা

ରାଷ୍ଟ୍ରୀୟ ଏକତା ଦିବସରେ ଯୋଗଦେବାକୁ ମାଲକାନଗିରିରୁ ୫୨ ଜଣିଆ ପ୍ରତିନିଧି ଦଳର ଗୁଜରାଟ ଗସ୍ତ

✍️ रिपोर्टर: SUKUMAR MANDAL 🗓 27 अक्टू. 2026, 03:51 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୭/୧୦: ଗୁଜରାଟର କେଭାଡିଆ (ଏକତା ନଗର) ଠାରେ ଆସନ୍ତା ଅକ୍ଟୋବର ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବା ପାଇଁ ମାଲକାନଗିରି ଜିଲ୍ଲାରୁ ୫୨ ଜଣିଆ ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରିଛନ୍ତି। ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ଉପସ୍ଥିତ ଥିଲେ।

ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ମୁଖ୍ୟ ବିଷୟବସ୍ତୁ ‘ନକ୍ସଲମୁକ୍ତ ଭାରତ’ ରଖାଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଘଟିଥିବା ପରିବର୍ତ୍ତନ ଓ ବିକାଶର ଚିତ୍ରକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଏକତା ପ୍ୟାରେଡ୍‌ର ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ପ୍ରତିନିଧି ଦଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମନୋନୀତ ୫୦ ଜଣ ଜନସାଧାରଣ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତିର ମହିଳା, ଏନସିସି କ୍ୟାଡେଟ୍ ଓ ସାମାଜିକ କର୍ମୀ ରହିଛନ୍ତି। ଏହାସହ ପ୍ରଶାସନ ଓ ପୋଲିସ ବିଭାଗର ଦୁଇ ଜଣ ନୋଡାଲ ଅଫିସର ମଧ୍ୟ ଗସ୍ତ କରିଛନ୍ତି। ସହାୟକ ଜିଲ୍ଲାପାଳ ହରପ୍ରସାଦ ମହାପାତ୍ର ଓ ଡିଆଇବି ଇନ୍ସପେକ୍ଟର ସନ୍ତୋଷ ନାୟକ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି।

ଯାତ୍ରାର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଏହି ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରୁଛନ୍ତି। ଜିଲ୍ଲାର ପ୍ରତିନିଧିମାନେ ନକ୍ସଲମୁକ୍ତ ଭାରତର ସଫଳ ଚିତ୍ର ଓ ଦେଶ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବେ। ଏହି ଗସ୍ତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ମଧ୍ୟରେ ଭାତୃଭାବ ଓ ଜାତୀୟ ଏକତାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ଜାତୀୟ ସମାରୋହରେ ଓଡ଼ିଶାର ପ୍ରତିନିଧିତ୍ୱ କରି ମାଲକାନଗିରି ଜିଲ୍ଲାର ଏହି ଦଳ ଜିଲ୍ଲାର ଗୌରବ ବୃଦ୍ଧି କରିବା ସହ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିବ ବୋଲି ଆଶା କରାଯାଉଛି।
📲Get App