🔥 TRENDING ડાયનેમીક ફાઉન્ડેશન ના સહયોગથી મૂકબધિર... 112 Devarhippargi ತಹ್ಸೀಲ್ದಾರ್ ವಿರುದ್ಧ ಶ್ರೀ... ગાંધીનગરમાં જનસંભાષણ: અધિકારીઓએ પ્રજાજ... देवास में पुलिस अधीक्षक बदलाव: आदित्य... Bengaluru Transforms Empty Flyover Spa...
27 Oct 2026•
ગુજરાતી मराठी ਪੰਜਾਬੀ বাংলা

ବାତ୍ୟା ସମୟରେ ଗର୍ଭବତୀ ମହିଳା ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା

✍️ Reporter: SUKUMAR MANDAL 🗓 27 Oct 2026, 05:28 PM 👁 11
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି , ୨୭ ଅକ୍ଟୋବର : ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ପ୍ରଶାସନ ! ଆଗୁଆ ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ବିପଦ ଆସିବା ପୂର୍ବରୁ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଗର୍ଭବତୀ ମହିଳାଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ମାଥିଲି ବ୍ଲକର ବିଭିନ୍ନ ଅଞ୍ଚଳରୁ ୨୧ ଜଣ ଗର୍ଭବତୀ ମହିଳାଙ୍କୁ ଅଣାଯାଇ ମାଥିଲି ସଦରସ୍ଥିତ ମାଆ ଘରେ ରଖାଯାଇଛି ।ସେହିପରି ଚିତ୍ରକୋଣ୍ଡା, ଜାନବାଇ, ଯୋଡ଼ମ୍ବ, ଖଇରପୁଟ, ପଡିଆ, ମୋଟୁ, କାଲିମେଳା, ଏମ ଭି ୭୯ ଓ ପାଣ୍ଡ୍ରିପାଣି ଠାରେ ଥିବା ମା ଗୃହରେ ନିକଟସ୍ଥ ଅଞ୍ଚଳର ଗର୍ଭବତୀ ମହିଳା ମାନଙ୍କୁ ଅଣା ଯାଇ ରଖାଯାଇଛି!ସକାଳୁ ସକାଳୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।ବାତ୍ୟା ସମୟରେ ରାସ୍ତାଘାଟ ଅବରୋଧ, ବର୍ଷା ଓ ଯାତାୟାତରେ ସମସ୍ୟା ଦେଖାଦେଲେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା କଷ୍ଟକର ହୋଇପାରେ ।

ଏହାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସେପଟେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗର୍ଭବତୀ ମହିଳାଙ୍କ ରହିବା ପାଇଁ ଅନ୍ୟ ଏକ ସ୍ଥାନର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ବାତ୍ୟା ସମୟରେ ମାଆମାନେ ସୁରକ୍ଷିତ ଭାବେ ରହିପାରିବେ ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ଚିକିତ୍ସା ସେବା ପାଇପାରିବେ ।
📲Get App