🔥 ट्रेंडिंग सआदतगंज में त्रिपल हत्या: पुलिस अधिकार... कृषि रोडमैप 2026 के तहत नई दिल्ली में... નાયબ મુખ્યમંત્રી હર્ષ સંઘવી ભીલડી પહોં... नितिन गडकरी ने कैमरे से कटने वाले चाला... कलेक्टर आशीष तिवारी ने कटनी में जनसुनव... बड़वानी कलेक्टर हेमलता सोलंकी ने जनसुन...
27 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ବାତ୍ୟା ଅର୍ଣ୍ଣବକୁ ନେଇ ମିଛ ଖବର ପ୍ରଚାର କଲେ ସାବଧାନ; ହୋଇପାରେ ୧ ବର୍ଷ ଜେଲ୍

✍️ रिपोर्टर: Deepak Mahapatra 🗓 27 अक्टू. 2026, 01:15 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ଅର୍ଣ୍ଣବକୁ ନେଇ ମିଛ ଖବର ପ୍ରଚାର କରୁଛନ୍ତି କି? ସୋସିଆଲ ମିଡିଆରେ ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଓ କ୍ଷୟକ୍ଷତିକୁ ନେଇ ମନଗଢ଼ା ସୂଚନା ଦେଉଛନ୍ତି କି? ତେବେ ସାବଧାନ! ଏଭଳି ମିଥ୍ୟା ଓ ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ବାତ୍ୟା ସମ୍ପର୍କରେ ମିଥ୍ୟା ସତର୍କ ସୂଚନା ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହି ଆଇନର ଧାରା ୫୪ ଅନୁସାରେ ମିଥ୍ୟା ବିପର୍ଯ୍ୟୟ ସତର୍କ ସୂଚନା ପ୍ରଚାର କରି ଆତଙ୍କ ସୃଷ୍ଟି କରିବା ଅଭିଯୋଗ ପ୍ରମାଣିତ ହେଲେ ସର୍ବାଧିକ ଏକ ବର୍ଷ ଜେଲ୍ କିମ୍ବା ଜରିମାନା ହୋଇପାରେ।
ସେହିପରି ଅଧିକୃତ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତୃପକ୍ଷଙ୍କ ବୈଧ ନିର୍ଦ୍ଦେଶ ଅବମାନନା କରିବା ନେଇ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ। ଖବର ପ୍ରକାଶ କରିବା ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଖବରକାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ମିଡିଆ ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିସହ ପାଣିପାଗ ସମ୍ପର୍କିତ ସୂଚନାକୁ ଅଧିକୃତ ସୂତ୍ରରୁ ନିଶ୍ଚିତ କରିବାକୁ କୁହାଯାଇଛି।
ୟୁଟ୍ୟୁବ୍, ଫେସବୁକ୍, ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ମନଗଢ଼ା ବାତ୍ୟା ଗତିପଥ, ଭୁଲ୍ ଲ୍ୟାଣ୍ଡଫଲ୍ ପୂର୍ବାନୁମାନ ଓ ଅତିରଞ୍ଜିତ କ୍ଷୟକ୍ଷତିର ସୂଚନା ପ୍ରଚାର ନକରିବାକୁ SRC ଚେତାବନୀ ଦେଇଛନ୍ତି।
ତେଣୁ ବାତ୍ୟାକୁ ନେଇ କୌଣସି ଅପ୍ରମାଣିତ ଖବରରେ ବିଶ୍ୱାସ ନକରିବା ସହ କେବଳ ସରକାର ଓ ଅଧିକୃତ ପାଣିପାଗ ବିଭାଗର ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।
📲Get App