🔥 TRENDING उपमुख्यमंत्री राजेन्द्र शुक्ल ने जयप्र... अदलहाट इब्राहिमपुर में पानी सप्लाई पर... सर्वजन कल्याण शिक्षण संस्थान को राष्ट्... જૂનાગઢ પોલીસે રાજસ્થાની ટ્રાન્સપોર્ટથી... महर्षि वाल्मीकि जयंती पर शक्तिफार्म मे... ਵੱਡੀ ਖ਼ਬਰ : ਬਾਜਾਰ 'ਤੇ ਹੋ ਗਿਆ ਡਰੋਨ ਹਮਲਾ...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Lifestyle

ଦୁଃଖୀ ମଣିଷର ଦୁଃଖ ବେଶୀ : ବିଧବା ମା’ର ତିନି ସନ୍ତାନ ରୋଗାଗ୍ରସ୍ତ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

✍️ Reporter: Deepak Mahapatra 🗓 27 Oct 2026, 01:34 PM 👁 14
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା: କଥାରେ ଅଛି ଦୁଃଖୀ ମଣିଷର ଦୁଃଖ ବେଶୀ । ଆଜି ସେହି କଥା ଯେମିତି ନଳୀନ୍ଦ୍ରିଙ୍କ ପାଇଁ ସତ ହୋଇଯାଇଛି । ଗୋଟିଏ ପଟେ ସ୍ୱାମୀ ଅଧା ରାସ୍ତାରୁ ହାତ ଛାଡ଼ି ଆରପାରିକୁ ଚାଲି ଯାଇଥିବାବେଳେ ସେପଟେ ତିନି ତିନିଟି ସନ୍ତାନ ରୋଗାଗ୍ରସ୍ତ। ଆଉ ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା । ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା ।
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ମାଲିସିରିପୁର ଗାଁରେ ସ୍ୱର୍ଗତ ବାବୁଲା ଭତ୍ରାଙ୍କ ସ୍ତ୍ରୀ ନଳୀନ୍ଦ୍ରି ଭତ୍ରା । ୩ ବର୍ଷ ତଳେ ବାବୁଲା, ସ୍ତ୍ରୀ ଓ ପିଲାଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଆରପାରିକୁ ଚାଲି ଯାଇଥିଲେ । ନଳୀନ୍ଦ୍ରି ତିନି ପିଲାଙ୍କ ମୁହଁକୁ ଚାହିଁ ବଞ୍ଚି ରହିଥିଲେ । କିନ୍ତୁ ରୋଜଗାରିଆ ସ୍ୱାମୀ ଚାଲିଗଲା ଗଲା ପରେ ସେମାନଙ୍କ ମୁଣ୍ଡ ଉପରୁ ଯେମିତି ହାତ ଉଠି ଯାଇଛି । ନଳିନ୍ଦ୍ରୀଙ୍କ ତିନି ରକ୍ତହୀନତା ରୋଗରେ ପୀଡ଼ିତ । ଖାଲି ସେତିକି ନୁହେଁ ବଡ଼ ପୁଅ ପକ୍ଷାଘାତ ରୋଗରେ ମଧ୍ୟ ପୀଡ଼ିତ । ଚଳିବାକୁ ତେଲଲୁଣର ସଂସାର ଯେତିକି କଷ୍ଟକର, ପିଲାଙ୍କ ଔଷଧ ଓ ରକ୍ତ ଯୋଗାଡ଼ କରିବା ତା’ଠାରୁ ଅଧିକ ଦୁର୍ବିସହ ହୋଇପଡ଼ିଛି ।
ସରକାରୀ ଯୋଜନା ଓ ଭତ୍ତା ପାଇଁ ବ୍ଲକ୍‌ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡ଼ି ଦୌଡ଼ି କେବଳ ପ୍ରତିଶ୍ରୁତି ହିଁ ମିଳିଥିଲା । ଏମିତିକି ତାଙ୍କ ସରକାରୀ ଯୋଜନା ଯେମିତି ସାତ ସପନ । ସ୍ୱାମୀ ଯିବାର ତିନି ବର୍ଷ ହୋଇଯାଇଥିଲେ ଏଯାଏଁ ବିଧବା ଭତ୍ତା ମଧ୍ୟ ହାତକୁ ଆସୁନି । ଶେଷରେ ଆଜି ପୁନର୍ବାର ସେ ଜିଲ୍ଲାପାଳଙ୍କ ନିକଟରେ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ ।
ଏହା ଜାଣିବା ପରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଏବଂ ସମସ୍ତ ୪ ଜଣଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି ନଳୀନ୍ଦ୍ରିଙ୍କ ପାଇଁ ଆହୁରି ସରକାରୀ ସହାୟତାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ କହିଛନ୍ତି ।
📲Get App