🔥 TRENDING Dry weather continues in Punjab and Ch... પાટણ જિલ્લા, સમી તાલુકામાં તળાવમાં યુવ... Two Killed, Three Injured as Gunmen Op... Rahul Gandhi to Launch Punjab Campaign... સુરતમાં 150 મોટરસાઇકલની નશામુક્તિ રેલી... Four More Arrested Over Bihu Troupe At...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
National

ପରସ୍ପର ସହ ଧକ୍କା ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ ଗାଡ଼ି

✍️ Reporter: Deepak Mahapatra 🗓 26 Oct 2026, 01:18 PM 👁 12
Share: 💬 WhatsApp 📘 Facebook 𝕏 Post
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସୁଲତାନପୁର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାହୁଲଙ୍କ କାରକେଡ୍ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଛି । ଏଥିରେ ରାହୁଲ ଏବଂ ତାଙ୍କ ଗାଡ଼ି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଆଜି ସୁଲତାନପୁରରେ କୋର୍ଟରେ ହାଜର ହେବାକୁ ଯାଉଥିଲେ । ସେ ଲକ୍ଷ୍ନୌରୁ ସୁଲତାନପୁର ଅଭିମୁଖେ ଯାଉଥିବାବେଳେ ଏକ୍ସପ୍ରେସ ୱେର ହଲିୟାପୁର ଥାନା ଅଞ୍ଚଳରେ ତାଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ରାହୁଲ ଗାନ୍ଧୀଙ୍କ କାରକେଡ୍ ପଛରେ ଆସୁଥିବା ଚାରୋଟି କାର୍ ଏବଂ ଗୋଟିଏ ଆମ୍ବୁଲାନ୍ସ ପରସ୍ପର ସହ ଧକ୍କା ହୋଇଯାଇଛି। ଭାଗ୍ୟବଶତଃ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । କାହାର କୌଣସି କ୍ଷତି ହୋଇ ନଥିବାବେଳେ ଦୁର୍ଘଟଣା କିପରି ଘଟିଲା ସେ ନେଇ ଯାଞ୍ଚ ଜାରି ରହିଛି ।
୨୦୧୮ ମସିହାରେ ଏକ ମାମଲାରେ ସୁଲତାନପୁରର ସ୍ୱତନ୍ତ୍ର ସାଂସଦ/ବିଧାୟକ ଅଦାଲତରେ ହାଜର ହେବାକୁ ରାହୁଲ କୋର୍ଟ ଯାଉଥିଲେ ।
📲Get App