🔥 TRENDING राजगीर में भारत–न्यूजीलैंड रग्बी श्रृं... India Claims China and Pakistan Engage... Farooq Abdullah Hails Expansion of Jam... सुनील कुमार ने मुख्यमंत्री राहत कोष मे... Jammu Witnesses Protests Over Farooq A... National Conference Expands Jammu & Ka...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଆଜି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତି ପାଳନ ହେବ , ମା’ ଲକ୍ଷ୍ମୀଙ୍କ ସହ ଦ୍ୟୂତକ୍ରୀଡ଼ା ଖେଳିବେ ମହାପ୍ରଭୁ

✍️ Reporter: Deepak Mahapatra 🗓 26 Oct 2026, 01:06 PM 👁 23
Share: 💬 WhatsApp 📘 Facebook 𝕏 Post
ପୁରୀ : ଆଜି ଶ୍ରୀମନ୍ଦିରରେ ପବିତ୍ର କୁମାର ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତି ହେବ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ବଡ଼ଦେଉଳରୁ ବାହାରି ନଗର ପରିକ୍ରମା କରିବେ । ଏଥିସହ କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ମଧ୍ୟରେ ପାରମ୍ପରିକ ପଶା ଖେଳ ବା କଉଡ଼ି ଖେଳ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ସଂସ୍କୃତିରେ ଏହି ରୀତିନୀତିର ଏକ ସ୍ୱତନ୍ତ୍ର ଓ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି।
ମା’ ମହାଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ପଟୁଆରରେ ଶ୍ରୀମନ୍ଦିରର ଗର୍ଭଗୃହକୁ ନିଆଯାଏ ଏବଂ ରତ୍ନସିଂହାସନ ଉପରେ ଏହି ପଶା ଖେଳ ଅନୁଷ୍ଠିତ ହୁଏ।ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ମହାଲକ୍ଷ୍ମୀଙ୍କ ତରଫରୁ ସେବାୟତମାନେ କଉଡ଼ି ସାହାଯ୍ୟରେ ଏହି ଖେଳ ଖେଳିଥାନ୍ତି।
ପରମ୍ପରା ଅନୁଯାୟୀ, ଏହି ଖେଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହାରିଯାନ୍ତି ଏବଂ ମା’ ମହାଲକ୍ଷ୍ମୀ ବିଜୟୀ ହୁଅନ୍ତି। ଖେଳରେ ହାରିବା ପରେ ମହାପ୍ରଭୁଙ୍କ ପ୍ରତିନିଧି ସ୍ୱରୂପ 'ନୀଳମାଧବ'ଙ୍କୁ ମା’ ମହାଲକ୍ଷ୍ମୀଙ୍କ ସେବାୟତମାନେ ବନ୍ଧକ ରଖି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ନେଇଯାନ୍ତି। ପରେ ମହାପ୍ରଭୁ ମୁକୁଳିବା ପାଇଁ ବ୍ୟବସ୍ଥା କରାଯାଏ।
ଏହି ସୁନ୍ଦର ମାନବୀୟ ଲୀଳା ମହାପ୍ରଭୁ ଓ ମା' ଲକ୍ଷ୍ମୀଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଏବଂ ଓଡ଼ିଆ ସଂସ୍କୃତିର ପବିତ୍ର ମହାନତାକୁ ଦର୍ଶାଇଥାଏ । ଏହି ନୀତି ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ।
📲Get App