🔥 TRENDING સાણંદ સર્કલની ગાડીમાં 2812 દારૂની બોટલ... পূরুলিয়ায় এসভিএফ সিনেমা শো টাইম টেবি... केंद्रीय गृह मंत्री नित्यानंद राय से ब... 17 Prisoners Trigger Medical SOS, Assa... Tamil Nadu lifts building height cap t... Tamil Nadu CM MK Stalin Criticises Act...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଆଜିଠାରୁ ଆରମ୍ଭ କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ

✍️ Reporter: Deepak Mahapatra 🗓 26 Oct 2026, 01:04 PM 👁 25
Share: 💬 WhatsApp 📘 Facebook 𝕏 Post
ହୁଳହୁଳିରେ କମ୍ପୁଛି ପୁରୀ ହବିଷ୍ୟାଳି ଶିବିର । ବ୍ରତଧାରୀଙ୍କ ଭଜନ ଜଣାଣରେ କମ୍ପିବ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ କରିବା ପାଇଁ ହଜାର ହଜାର ହବିଷ୍ୟାଳିଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟିଛି । ଆଜିଠୁ ରାଇଦାମୋଦର ବ୍ରତ ଆରମ୍ଭ ହୋଇଛି ।
ପ୍ରଶାସନ ପକ୍ଷରୁ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ରେଳ ବିଭାଗର ଟ୍ୟୁରିଷ୍ଟ ଯାତ୍ରୀ ରହଣି ସ୍ଥଳ ଓ ମହାନଗର କଲ୍ୟାଣୀ ମଣ୍ଡପ ଆଦିରେ ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ତିନୋଟି ହବିଷ୍ୟାଳୀ ଶିବିରରେ ପଞ୍ଜୀକୃତ ହବିଷ୍ୟାଳୀଙ୍କୁ ରଖିବାପରେ ଯଦି ଖାଲି ରୁହେ ତେବେ ଅନ୍ୟମାନଙ୍କ କଥା ଚିନ୍ତା କରାଯିବ ବୋଲି ପ୍ରଶାସନ କହିଛି । ସେପଟେ ଚଳିତ ବର୍ଷ ହବିଷ୍ୟାଳୀମାନଙ୍କ ପାଇଁ ଦର୍ଶନ, ମହାପ୍ରସାଦ ସେବନ ଓ ଏକାଦଶୀରେ ଫଳ ବଣ୍ଟନର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଚଳିତ ବର୍ଷ ହବିଷ୍ୟାଳୀମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା, ଶ୍ରୀମନ୍ଦିରରେ ସଅଳ ନୀତି ସହ ମହାପ୍ରସାଦ ବ୍ୟବସ୍ଥା ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।
ରବିବାରଠାରୁ ପ୍ରାୟ ୪ ହଜାର ହବିଷ୍ୟାଳି ପୁରୀରେ ପହଞ୍ଚିଛନ୍ତି । ପାଖାପାଖି ୨୦୦୦ ହବିଷ୍ୟାଳି ସରକାରୀ ହବିଷ୍ୟାଳି ଶିବିରରେ ରହିଥିବା ବେଳେ ଅନ୍ୟମାନେ ବିଭିନ୍ନ ମଠ, ଆଶ୍ରମ ଓ ଧର୍ମଶାଳାରେ ରହିଛନ୍ତି । ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ କଲେ କୋଟି ପୁଣ୍ୟ ମିଳେ । ଏହି ଆଶା ରଖି ପ୍ରତିବର୍ଷ କାର୍ତ୍ତିକ ମାସରେ ବହୁ ସଂଖ୍ୟାରେ ହବିଷିଆଳି ପୁରୀ ଆସି ମାସାଧିକ କାଳ ରହି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଭୋରୁ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀରେ ସ୍ନାନସାରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥାନ୍ତି। ତୁଳସୀ ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜା ଓ ସନ୍ଧ୍ୟାରେ ଆକାଶ ଦୀପ ଟାଣିବା ସହ ମହାପ୍ରସାଦ ସେବନ କରିଥାନ୍ତି।
📲Get App