🔥 TRENDING मथुरा के लक्ष्मीनगर में ATM बदलकर ठगी... सड़क हादसे में युवक की मृत्यु पर लेस्ल... मोटरसाइकिल के पीछे से धक्का मारने से द... જુનાગઢ મહાનગરપાલિકાએ 15 ગૌવંશ જપ્ત, અન... સનાથલ સર્કલ વેરહાઉસમાં ₹99.98 લાખની ચો... स्वास्थ्य विभाग का बड़ा एक्शन, जयसिंहन...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଷ୍ଟେସନରେ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ; ଅଲଗା ହୋଇଗଲା ମୁଣ୍ଡଗଣ୍ଡି

✍️ Reporter: Deepak Mahapatra 🗓 24 Oct 2026, 03:01 PM 👁 17
Share: 💬 WhatsApp 📘 Facebook 𝕏 Post
ଷ୍ଟେସନରେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। କଟିଗଲା ମୁଣ୍ଡ। ରବିବାର ଅପରାହ୍ନ ପ୍ରାୟ ୧ଟା ବେଳେ ଭଦ୍ରକ ରେଳ ଷ୍ଟେସନରେ ଘଟିଛି ଏହି ଘଟଣା। ମୃତ ଯୁବକଙ୍କ ପରିଚୟ ମିଳିନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସିଆଲଦା ସ୍ପେଶାଲ ଟ୍ରେନ୍‌ଟି ଦ୍ରୁତଗତିରେ ଭଦ୍ରକ ରେଳ ଷ୍ଟେସନର 3 ନଂ ପ୍ଲାଟଫର୍ମ ଦେଇ ଯାଉଥିବା ବେଳେ ଏହି ଯୁବକ ଜଣଙ୍କ ଦୌଡ଼ିଦୌଡ଼ି ଆସି ତା’ ଆଗରେ ଡେଇଁ ପଡ଼ିଥିଲେ। ଟ୍ରେନ୍‌ରେ କଟି ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା।
ରେଳବାଇ ପୁଲିସ ମୃତଦେହକୁ ଜବତ କରିଛି। ଯୁବକ ଜଣଙ୍କ ପରିଚୟ ମିଳି ନଥିବା ବେଳେ ସେ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ନାହିଁ। ରେଳବାଇ ପୁଲିସ ପକ୍ଷରୁ ଘଟଣାର ଖୋଳତାଡ଼ କରାଯାଉଛି।
📲Get App