🔥 TRENDING मुख्यमंत्री डॉ. मोहन यादव शहडोल जिले म... जैसिंगपुर में सड़क दुर्घटना એપલનું આઇફોન 18, એમ4 મેકબુક અને એપલ ઇન... Headlines Gujarat Police Releases Admit Cards fo... Karnataka Anganwadis Face Closure Thre...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୨୮ରେ ଛୁଇଁବ ଆନ୍ଧ୍ର ଉପକୂଳ

✍️ Reporter: Deepak Mahapatra 🗓 24 Oct 2026, 01:32 PM 👁 12
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି। ତାହା ଆସନ୍ତାକାଲି ଗଭୀର ଅବପାତରେ ଏବଂ ୨୬ ତାରିଖରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୮ ତାରିଖ ସକାଳ ସୁଦ୍ଧା ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବା ନେଇ ଆକଳନ କରାଯାଇଛି।
ପବନରେ ବେଗ ୨୬ ସକାଳ ବେଳକୁ ଘଣ୍ଟା ପ୍ରତି ୭୦-୮୦ କିମି ଏପରିକି ଝଟକା ପବନ ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ଏହାପରେ ବାତ୍ୟାଟି ଉପକୂଳ ଆଡକୁ ଯେତିକି ବଢ଼ିବ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିବ। ତେବେ ଲ୍ୟାଣ୍ଡଫଲ୍ ବେଳେ ବେଗ କେତେ ରହିବ ସେନେଇ ଆଇଏମ୍ଡି ପକ୍ଷରୁ ଏବେ କୌଣସି ଆକଳନ କରାଯାଇ ନାହିଁ।
ଆଜି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସଂପର୍କରେ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି।
📲Get App