Local
ଓଭରବ୍ରିଜ୍ରେ ଟ୍ରେଲର ପଛରେ ପିଟି ହେଲା ଟ୍ରକ୍, ଡ୍ରାଇଭର ମୃତ
ଭୁବନେଶ୍ୱର ଯାଆଁଳା ଓଭରବ୍ରିଜ ଉପରେ ଶନିବାର ଘଟିଛି ଦୁର୍ଘଟଣା। ଟ୍ରେଲର ପଛରେ ପିଟି ହେଲା ଟ୍ରକ୍। ଟ୍ରକ୍ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଥିବା ବେଳେ ତା’ ଭିତରେ ଚାପି ହୋଇଯାଇଥିଲେ ଡ୍ରାଇଭର। ଟ୍ରକ୍ର ସମ୍ମୁଖ ଭାଗକୁ ଗ୍ୟାସ୍ କଟରରେ କାଟି ଡ୍ରାଇଭରଙ୍କୁ ବାହାର କରିଥିଲା ଜଟଣୀ ଅଗ୍ନିଶମ ବାହିନୀ ଟିମ୍। ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବର ସୂଚନା ମିଳିଛି।