🔥 ट्रेंडिंग BETA NA MAA KO JALAYA झारखंड के पूर्व नेता और पाकुड़ के विधा... माता रानी को उत्साहपूर्वक विदाई, ढोल‑ड... ನವರಾತ್ರಿ ಉತ್ಸವ ಪಲ್ಲಕ್ಕಿ ಮಹೋತ್ಸವ. भागलपुर में फर्जी शिक्षिका के नाम पर 9... बांका के मुरहरा स्टेशन के पास हाई वोल्...
23 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଗଛରେ ପିଟି ହେଲା ମିନି ବସ୍‌: ଚାଲିଗଲା ୬ ଜୀବନ, ୧୫ ଜଣଙ୍କ ଅବସ୍ଥା ଗୁରୁତର

✍️ रिपोर्टर: Deepak Mahapatra 🗓 23 अक्टू. 2026, 12:53 PM 👁 51
शेयर करें: 💬 WhatsApp 📘 Facebook 𝕏 Post
ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସି ଗଛରେ ପିଟି ହେଲା ମିନି ବସ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସମସ୍ତ ୬ ଜଣ ମୃତକଙ୍କ ପରିଚୟ ମିଳି ନଥିଲେ ହେଁ ଏମାନଙ୍କ ମଧ୍ୟରେ ବସ୍‌ର ମାଲିକ ରହିଥିବା କୁହାଯାଉଛି। ଛତିଶଗଡ଼ର ଏମସିବି ଜିଲ୍ଲାର ପାହାଡ଼ ହାନସୱାହିରେ ଏପରି ଘଟଣା ଘଟିଛି।
ବସ୍‌ଟି ମହେନ୍ଦ୍ରଗଡ଼ରୁ ଯାତ୍ରୀଙ୍କୁ ନେଇ କେଲହରି ଅଭିମୁଖେ ଯାଉଥିବା ବେଳେ ଏପରି ଘଟଣା ଘଟିଛି। ମିନି ବସ୍‌ର କ୍ଷମତା ୩୦ ରହିଥିବା ବେଳେ ଏଥିରେ ଏହା ଠାରୁ ଯଥେଷ୍ଟ ଅଧିକ ଲୋକ ରହିଥିଲେ ବୋଲି ଜଣାପଡ଼ିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ମିନି ବସ୍‌ର ବେଗ ଯଥେଷ୍ଟ ଅଧିକ ଥିଲା। ବେଗ ଅଧିକ ଥିବା ଅବସ୍ଥାରେ ହିଁ ଗୋଟିଏ ବାଙ୍କ ବୁଲିବାକୁ ଚେଷ୍ଟା କରିଥିଲେ ଡ୍ରାଇଭର। କିନ୍ତୁ ବାଙ୍କ ବୁଲିବା ବେଳେ ହଠାତ୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହି ସମୟରେ ଗାଡ଼ିର ବ୍ରେକ ମଧ୍ୟ କାମ କରି ନଥିଲା।
ଏଥିଯୋଗୁ ମିନି ବସ ସିଧା ରାସ୍ତା କଡ଼ରେ ଥିବା ଗଛରେ ଜୋରଦାର ଢଙ୍ଗରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଯୋଗୁ ମିନି ବସ୍‌ର ସାମ୍ନା ପଟ ପୂରା ଛିନଛତ୍ର ହୋଇ ଯାଇଛି। ସେହିପରି ଘଟଣା ସ୍ଥଳରେ ମଧ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।
ଉଦ୍ଧାରକାରୀ ଦଳ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜିଲ୍ଲାର ଏସ୍‌ପି ସ୍ପଷ୍ଟ କରିଛନ୍ତି।
ତାଙ୍କ କହିବା କଥା ଯେ ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ସମେତ ପ୍ରାୟ ୩୯ ଜଣ ଆହତ ହୋଇଛନ୍ତି। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ୧୫ ଜଣଙ୍କୁ ମହେନ୍ଦ୍ରଗଡ଼ ସରକାରୀ ହସ୍ପିଟାଲକୁ ପଠାଯାଇଛି। ବାକି ଲୋକଙ୍କ ଚିକିତ୍ସା କେଲ୍ହାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି।
ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ଯୁବତୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳି ନାହିଁ। ତଥାପି ପ୍ରାଣ ହରାଇଥିବା ୩ ପୁରୁଷଙ୍କ ମଧ୍ୟରେ ଗାଡ଼ିର ମାଲିକ ନିଜେ ଥିବା କିଛି କହିଛନ୍ତି।
📲Get App