🔥 TRENDING ક્ષત્રિય બારીઆ યુવા સંગઠનનું શિવરાજપુર... આણંદ જિલ્લામાં આંકલાવ પોલીસ સ્ટેશનમાં... बारवी धरण प्रकल्पग्रस्तांना मिळणार अनु... Prabhas: Actor's Hidden Talent Reveale... Maharashtra MLC Election: Dr. Pratapsi... Maharashtra MLC Elections 2026: 182 Ca...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ସାମାନ୍ୟ କଥାରୁ ଭୟଙ୍କର କାଣ୍ଡ, ପୁତୁରାକୁ ଟାଙ୍ଗିଆରେ ହାଣି ମାରିଦେଲା ଦାଦା

✍️ Reporter: Deepak Mahapatra 🗓 23 Oct 2026, 01:05 PM 👁 12
Share: 💬 WhatsApp 📘 Facebook 𝕏 Post
ରାଗ ଆଗରେ ସମ୍ପର୍କ ହେଲା ତୁଚ୍ଛ। ରାଗରେ ଅନ୍ଧ ପାଲଟିଗଲା ଦାଦା। ଆଉ ଦାଦାର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ପୁତୁରାର ଜୀବନ। ପାରିବାରିକ କଳହରୁ ଘଟିଛି ରକ୍ତାକ୍ତ ସଂଘର୍ଷ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ଗ୍ରାମପଞ୍ଚାୟତର ହାଡ଼ରା ଟୋଲି ବସ୍ତିରେ ଘଟିଛି ଏପରି ଚାଞ୍ଚଲ୍ୟ ଘଟଣା।
ସାମାନ୍ୟ କଥାକୁ ନେଇ ପ୍ରଥମେ ଦାଦା ଓ ପୁତୁରାଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ଆଉ ଶେଷରେ ଏହି ପାରିବାରିକ କଳହ ଭୟଙ୍କର ରୂପ ନେଇଛି। କଥା କଟାକଟି ବେଳେ ରାଗରେ ଦାଦା ଟାଙ୍ଗିଆରେ ୪୦ ବର୍ଷୀୟ ପୁତୁରା ଏତୱା କୁଜୁରଙ୍କୁ ଆକ୍ରମଣ କରିଥିଲା। ଆଉ ଏହି ଆକ୍ରମଣରେ ଏତୱା କୁଜୁରଙ୍କ ମୃତ୍ୟୁ ହୋଇଛି। ପୁଲିସ୍‌ ଘଟଣା ପରେ ଅଭିଯୁକ୍ତ ଦାଦା ସନିଆ କୁଜୁରଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି।
ପ୍ରାଥମିକ ସୂଚନା ଅନୁସାରେ, ମଙ୍ଗଳବାର ରାତିରେ କୌଣସି କାରଣକୁ ନେଇ ଦାଦା ସନିଆ ଓ ପୁତୁରେ ଏତୱା କୁଜୁରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ଯୁକ୍ତତର୍କ ପରବର୍ତ୍ତୀ ଅବସ୍ଥାରେ ଏତେ ଭୟଙ୍କର ରୂପ ନେବ ବୋଲି କେହି କେବେ କଳ୍ପନା କରି ନଥିଲେ।
ଯୁକ୍ତିତର୍କ ଚାଲିଥିବା ବେଳେ ସନିଆ କୁଜୁର ପୂରା ରାଗି ଯାଇଥିଲେ। ସେ ହଠାତ୍ ଘରେ ଥିବା ଟାଙ୍ଗିଆ ଆଣି ପୁତୁରା ଏତୱାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁ ସେ ତଳେ ପଡ଼ି ଯାଇଥିଲେ। ସେ ତଳେ ପଡ଼ିଥିବା ବେଳେ ସନିଆ ତାଙ୍କୁ ଏକାଧିକ ଥର ଟାଙ୍ଗିଆ ଚୋଟ ପକାଇ ଚାଲିଥିଲା। ଏଥିଯୋଗୁ ଘଟଣାସ୍ଥଳରେ ହିଁ ଏତୱାଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୀରମିତ୍ରପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ।
ସେହିପରି ଘଟଣା ସ୍ଥଳରୁ ଅଭିଯୁକ୍ତ ସନିଆ କୁଜୁରକୁ ପୁଲିସ ଥାନାକୁ ଉଠାଇ ନେଇଛି। ପାରିବାରିକ ବିବାଦର ପ୍ରକୃତ କାରଣ କ'ଣ ଓ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି।
📲Get App