राजनीति
ରାଜ୍ୟରେ ନୂଆ 'ଉଦ୍ୟମୀ ଯୋଜନା'ଉପରେ ଆପତ୍ତି ଉଠାଇଲା ଅର୍ଥ ବିଭାଗ: ମାଗିଲା ପୁରୁଣା ‘ନାନୋ ୟୁନିକର୍ଣ୍ଣ’ର ହିସାବ
ଗୋଟିଏ ପ୍ରକାର କାର୍ଯ୍ୟରେ ଦୁଇଟି ବିଭାଗ ଏକା ସାଙ୍ଗରେ ନିୟୋଜିତ ରହିବା ସରକାରୀ ପ୍ରୟାସ ଓ ରାଜକୋଷର ଅପଚୟ ଛଡ଼ା ଆଉ କିଛି ନୁହେଁ। ଆଦର୍ଶଗତ ଭାବେ ଏଭଳି ଯୋଜନା ଏମଏସଏମଇ ବିଭାଗ ଦ୍ୱାରା ହିଁ କାର୍ଯ୍ୟକାରୀ ହେବା ଉଚିତ ଓ ସେମାନେ ଦକ୍ଷତା ବିକାଶ ବିଭାଗର ସହଯୋଗ ନେଇପାରିବେ ବୋଲି ଅର୍ଥ ବିଭାଗ କହିଛି।
ରାଜ୍ୟରେ ଆଉ ଏକ ନୂଆ ସରକାରୀ ଯୋଜନାକୁ ଘୋଷଣା ପୂର୍ବରୁ ହିଁ ଶକ୍ତ ଝଟକା ଲାଗିଛି। ଓଡ଼ିଶାରେ ତୃଣମୂଳସ୍ତରର ଯୁବପିଢ଼ି, ମହିଳା ତଥା ଗ୍ରାମାଂଚଳର ଆଶାୟୀ ଉଦ୍ୟୋଗୀମାନଙ୍କୁ ସହାୟତା କରି ନୂତନ ନାନୋ ଉଦ୍ୟୋଗ ଗଢ଼ିତୋଳିବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ 'ଉଦ୍ୟମୀ ଯୋଜନା' ଏବେ ଅର୍ଥ ବିଭାଗର କଡ଼ା ଯାଂଚର ପରିସରକୁ ଆସିଛି। ଅର୍ଥ ବିଭାଗ ଏହାକୁ ଅନ୍ୟ ବିଭାଗର କାର୍ଯ୍ୟ ସହ ଅନାବଶ୍ୟକ ପୁନରାବୃତ୍ତି ଓ ଅତ୍ୟଧିକ ବ୍ୟୟବହୁଳ ଦର୍ଶାଇ ଏକାଧିକ ଆପତ୍ତି ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛି। ଏପରିକି ଏହି ନୂଆ ଯୋଜନାର ମୂଲ୍ୟାୟନ ପୂର୍ବରୁ ପ୍ରଚଳିତ 'ନାନୋ ୟୁନିକର୍ଣ୍ଣ' ଯୋଜନାର ପ୍ରକଳ୍ପ ଖର୍ଚ୍ଚ, ବ୍ୟୟ ବିବରଣୀ ତଥା ବଣ୍ଟାଯାଇଥିବା ଋଣ ଆଦିର ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ ଅର୍ଥ ବିଭାଗ କହିଛି।
ଅର୍ଥ ବିଭାଗ ତା’ର ଟିପ୍ପଣୀରେ ଦକ୍ଷତା ବିକାଶ ବିଭାଗର ପ୍ରସ୍ତାବ ଉପରେ ସିଧାସଳଖ ପ୍ରଶ୍ନ ଉଠାଇ କହିଛି ଯେ, ରାଜ୍ୟରେ ଏମଏସଏମଇ ବିଭାଗ ପୂର୍ବରୁ ଆଇଇଡି ଓଡ଼ିଶା, ଓ-ହବ୍, ଷ୍ଟାର୍ଟଅପ୍ ଓଡ଼ିଶା ନୀତି-୨୦୧୬ ଓ ଏମଏସଏମଇ ପଲିସି-୨୦୨୨ ମାଧ୍ୟମରେ ଉଦ୍ୟୋଗୀକରଣ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରୁଛି। ଗୋଟିଏ ପ୍ରକାର କାର୍ଯ୍ୟରେ ଦୁଇଟି ବିଭାଗ ଏକା ସାଙ୍ଗରେ ନିୟୋଜିତ ରହିବା ସରକାରୀ ପ୍ରୟାସ ଓ ରାଜକୋଷର ଅପଚୟ ଛଡ଼ା ଆଉ କିଛି ନୁହେଁ। ଆଦର୍ଶଗତ ଭାବେ ଏଭଳି ଯୋଜନା ଏମଏସଏମଇ ବିଭାଗ ଦ୍ୱାରା ହିଁ କାର୍ଯ୍ୟକାରୀ ହେବା ଉଚିତ ଓ ଆବଶ୍ୟକ ପଡ଼ିଲେ ସେମାନେ ଦକ୍ଷତା ବିକାଶ ବିଭାଗର ସହଯୋଗ ନେଇପାରିବେ ବୋଲି ଅର୍ଥ ବିଭାଗ କହିଛି।
ତେବେ ଦକ୍ଷତା ବିକାଶ ବିଭାଗ ନିଜର ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ,ବର୍ତ୍ତମାନର ବ୍ୟବସ୍ଥା କେବଳ ସଚେତନତା ଓ ଇନକ୍ୟୁବେସନ ମଧ୍ୟରେ ସୀମିତ ଥିବାବେଳେ 'ଉଦ୍ୟମୀ ଯୋଜନା' ତୃଣମୂଳସ୍ତରରେ ହିତାଧିକାରୀ ଚୟନଠାରୁ ଆରମ୍ଭ କରି ବ୍ୟବସାୟ ସ୍ଥିରୀକୃତ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଯାହାକି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଓ ପିଏମଇଜିପି ସହ ସମନ୍ୱୟ ରଖିବ। ତେବେ ଏହି ଯୁକ୍ତିରେ ଅର୍ଥ ବିଭାଗ ସନ୍ତୁଷ୍ଟ ହୋଇନାହିଁ।
ଖାଲି ସେତିକି ନୁହେଁ, ଯୋଜନାରେ ଥିବା ଆଖିଖୋସା ବଜେଟ୍ ଖର୍ଚ୍ଚକୁ ନେଇ ମଧ୍ୟ ଅର୍ଥ ବିଭାଗ ଆପତ୍ତି ଉଠାଇଛି। ଏହି ନୂଆ ଯୋଜନା ପାଇଁ ହିତାଧିକାରୀ ଚୟନ ଓ ତାଲିମ ନିମନ୍ତେ ୧୦କୋଟି ଟଙ୍କା ରଖାଯାଇଥିବାବେଳେ ତୃଣମୂଳସ୍ତରରେ ଏହି ଯୋଜନାରେ ଇମ୍ପ୍ଲିମେଣ୍ଟେସନ ପାର୍ଟନର ଫି' ବାବଦକୁ ୧୧.୨୫ କୋଟି ଟଙ୍କା, ପ୍ରଚାରପ୍ରସାର ଓ ସଚେତନତା ପାଇଁ ତିନି ବର୍ଷ ନିମନ୍ତେ ୪ କୋଟି ଟଙ୍କାର ବ୍ୟବସ୍ଥା ରଖାଯାଇଛି।
ମୋଟ ବଜେଟର ପ୍ରାୟ ୩୮ପ୍ରତିଶତ ଅର୍ଥ କେବଳ ପ୍ରଚାର ଓ ପରିଚାଳନାରେ ନିମନ୍ତେ ଖର୍ଚ୍ଚ ହେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ଅଯୌକ୍ତିକ ଦର୍ଶାଇ ପ୍ରଶାସନିକ ତଥା ତଦାରଖ ଖର୍ଚ୍ଚକୁ ମୋଟ ପ୍ରକଳ୍ପ ମୂଲ୍ୟର ମାତ୍ର ୨ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଅର୍ଥ ବିଭାଗ ତାଗିଦ୍ କରିଛି। ଏପରିକି ଦକ୍ଷତା ବିକାଶ ବିଭାଗ ପାଖରେ ୨୦୨୬-୨୭ ଆର୍ଥକ ବର୍ଷ ପାଇଁ ନିଜସ୍ୱ ଆଇଇସି ବଜେଟରେ ପୂର୍ବରୁ ୨.୭୦ କୋଟି ଟଙ୍କା ମହଜୁଦ୍ ଥିବାରୁ ଏହି ନୂଆ ଯୋଜନା ନିମନ୍ତେ ପାଇସାଟିଏ ମଧ୍ୟ ସ୍ୱତନ୍ତ୍ର ପାଣ୍ଠି ଦିଆଯିବ ନାହିଁ ତଥା ସମସ୍ତ ଖର୍ଚ୍ଚକୁ ୨୦୨୬-୨୭ ରୁ ୨୦୨୮-୨୯ ମଧ୍ୟମ ମିଆଦି ବଜେଟ୍ ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ କରାଯାଇଛି।
ସବୁଠୁ ବଡ଼ କଥା ହେଉଛି, ପ୍ରଚଳିତ 'ନାନୋ ୟୁନିକର୍ଣ୍ଣ' ଯୋଜନାରେ ବଣ୍ଟାଯାଇଥିବା ଋଣର ସମ୍ପୂର୍ଣ୍ଣ ହିସାବ ମାଗି ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ଅର୍ଥ ବିଭାଗ ବଡ଼ ପ୍ରଶ୍ନବାଚୀ ଉଠାଇଛି। ସେହି ପୁରୁଣା ଯୋଜନାରେ ମନୋନୀତ ହିତାଧିକାରୀଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ବାର୍ଷିକ ୪ ପ୍ରତିଶତ ସରଳ ସୁଧ ହାରରେ ୧ ଲକ୍ଷ ଟଙ୍କା ଲେଖାଏଁ ଫେରସ୍ତଯୋଗ୍ୟ ସିଡ୍ ଋଣ ଯୋଗାଇ ଦିଆଯାଇଥିଲା, ଯାହାକୁ ଗୋଟିଏ ବର୍ଷର ରିହାତି (ମୋରାଟୋରିୟମ) ପରେ ୩୬ମାସ ମଧ୍ୟରେ ଫେରସ୍ତ କରିବାର ନିୟମ ଥିଲା। ଏବେସୁଦ୍ଧା କେତେ ହିତାଧିକାରୀଙ୍କୁ ଏହି ଋଣ ଦିଆଯାଇଛି ଓ ସେଥିରୁ କେତେ ଟଙ୍କା ଆଦାୟ ହୋଇଛି, ତାହାର ବର୍ଷୱାରୀ ସମ୍ପୂର୍ଣ୍ଣ ଚିଠା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଋଣର ଫେରସ୍ତ ହିସାବ ନମିଳିବା ପର୍ଯ୍ୟନ୍ତ ଏହି ନୂଆ ଯୋଜନାକୁ ଆଗକୁ ବଢ଼ିବାକୁ ଦିଆଯିବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ ଚେତାବନୀ ଦେଇଛି।
Odisha ଅର୍ଥ ବିଭାଗର ଏହି ଆପତ୍ତି ପରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ହରଡ଼ଘଣାରେ ପଡ଼ିଯାଇଛି। ବିଭାଗର ଅତିରିକ୍ତ ସଚିବ ସୁକାନ୍ତ କୁମାର ପ୍ରଧାନ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ଅର୍ଥ ବିଭାଗ ମାଗିଥିବା ନାନୋ ୟୁନିକର୍ଣ୍ଣ ଯୋଜନାର ସମସ୍ତ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ଅନ୍ୟପଟେ ଶିଳ୍ପ, ଏମଏସଏମଇ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଦୀର୍ଘ ମାସ ଧରି ଚିଠି ପାଇବା ସତ୍ତ୍ୱେ କୌଣସି ମତାମତ ନଦେଇ ଚୁପ୍ ବସିଥିବାରୁ ସେମାନଙ୍କୁ ପୁନର୍ବାର ସ୍ମାରକପତ୍ର ପଠାଇ ତୁରନ୍ତ ମତାମତ ଦେବାକୁ କୁହାଯାଇଛି । ଏହି ସମସ୍ତ ବିଭାଗର ମତାମତ ଓ ପୂର୍ବ ଫେରସ୍ତଯୋଗ୍ୟ ଋଣର ସନ୍ତୋଷଜନକ ହିସାବ ସାମ୍ନାକୁ ପରେ ହିଁ ଅର୍ଥ ବିଭାଗ ଉକ୍ତ 'ଉଦ୍ୟମୀ ଯୋଜନା'କୁ ଗ୍ରୀନ୍ ସିଗନାଲ୍ ଦେବ ବୋଲି ଜଣାପଡ଼ିଛି ।