🔥 TRENDING આણંદ જિલ્લામાં આંકલાવ પોલીસ સ્ટેશનમાં... बारवी धरण प्रकल्पग्रस्तांना मिळणार अनु... Prabhas: Actor's Hidden Talent Reveale... Maharashtra MLC Election: Dr. Pratapsi... Maharashtra MLC Elections 2026: 182 Ca... Maharashtra Animal Husbandry Departmen...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଦଶହରା ଭସାଣି ବେଳେ ଓଲଟିଲା ଡିଜେ ଗାଡ଼ି; ଜଣେ ମୃତ, ୧୦ରୁ ଅଧିକ ଆହତ

✍️ Reporter: Deepak Mahapatra 🗓 23 Oct 2026, 01:16 PM 👁 13
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି: ଦଶହରା ମୂର୍ତ୍ତି ଭସାଣି ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ। ମାଲକାନଗିରି ଜିଲ୍ଲା ମାଥିଲି ନିକଟରେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଅନଲାଯୋଡ଼ି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିର ଟାୟାର ଫାଟିଯିବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ଡିଜେ ଗାଡ଼ିଟି ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଯାଉଥିଲା। ମାଥିଲି ନିକଟ ଅନଲାଯୋଡ଼ି ଅଞ୍ଚଳରେ ଗାଡ଼ିଟି ଯାଉଥିବା ବେଳେ ହଠାତ୍ ଟାୟାର ଫାଟିଯାଇଥିଲା। ଫଳରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମାଥିଲି ହସ୍ପିଟାଲରେ ଆହତ ଭର୍ତ୍ତି
ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଦୁର୍ଘଟଣା ସମ୍ପର୍କରେ ଅଧିକ ବିବରଣୀ ମିଳିନାହିଁ।
📲Get App