🔥 ट्रेंडिंग BETA NA MAA KO JALAYA झारखंड के पूर्व नेता और पाकुड़ के विधा... माता रानी को उत्साहपूर्वक विदाई, ढोल‑ड... ನವರಾತ್ರಿ ಉತ್ಸವ ಪಲ್ಲಕ್ಕಿ ಮಹೋತ್ಸವ. भागलपुर में फर्जी शिक्षिका के नाम पर 9... बांका के मुरहरा स्टेशन के पास हाई वोल्...
23 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ତାଗିଦ୍ ପରେ ଗ୍ରାମାଂଚଳରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଟ୍ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ପଦଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା

✍️ रिपोर्टर: Deepak Mahapatra 🗓 23 अक्टू. 2026, 12:48 PM 👁 15
शेयर करें: 💬 WhatsApp 📘 Facebook 𝕏 Post

ଫିଲ୍ଡସ୍ତରୀୟ ଯାଂଚ ଓ ଓ ବ୍ଲାକସ୍ପଟ୍ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବା ଓ ଦୁର୍ଘଟଣା ଏଡ଼ାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଗ୍ରାମୀଣ ରାସ୍ତାରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଷ୍ଟ ଚିହ୍ନଟ କୁହାଯାଇଛି।

ସଡ଼କ ଦୁର୍ଘଟଣା ଓ ପଦଚାରୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଏବେ ସମସ୍ତ ପ୍ରକାରର ଗ୍ରାମୀଣ ରାସ୍ତାରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଷ୍ଟ ଚିହ୍ନଟ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଫିଲ୍ଡସ୍ତରୀୟ ଯାଂଚ ଓ ଓ ବ୍ଲାକସ୍ପଟ୍ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବା ଓ ଦୁର୍ଘଟଣା ଏଡ଼ାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ସମ୍ବିଧାନର ଧାରା ୧୯ ଓ ୨୧ ଅଧୀନରେ ଫୁଟପାଥ୍ ଓ ସୁରକ୍ଷିତ ରାସ୍ତାରେ ଚାଲିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଅଭିହିତ କରାଯିବା ସହ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ରାସ୍ତା ଓ ଅନ୍ୟାନ୍ୟ ଗ୍ରାମୀଣ ରାସ୍ତାରେ ଥିବା ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ତୁରନ୍ତ ଠିକ୍ କରିବାକୁ କୁହାଯାଇଛି।
କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଦିତି ସିଂହ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ତୁରନ୍ତ ପରିବହନ କମିଶନର ଓ ସମ୍ପୃକ୍ତ ବିଭାଗ ସହିତ ବୈଠକ କରି ଜିଲ୍ଲାସ୍ତରୀୟ ତଥ୍ୟ ଆଧାରରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଓ ଅକ୍ଟୋବର ୩୦ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ତାଗିଦ୍ ଓ କେନ୍ଦ୍ର ସରକାରଙ୍କ ଚିଠି ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଜିଲ୍ଲା ଅଫିସକୁ ଚିଠି ଲେଖି ଆକ୍ସନଟେକେନ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ , ୨୦୨୩ ମସିହାରେ ଦେଶରେ ସଡ଼କ ଦୁର୍ଘଟଣାରେ ୩୫୨୨୧ ଜଣ ପଦଚାରୀ ପ୍ରାଣ ହରାଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୩.୭ ପ୍ରତିଶତ ବୃଦ୍ଧି ପାଇ ୩୬୫୨୬ରେ ପହଂଚିଛି। ଉପଯୁକ୍ତ ରାସ୍ତା ଡିଜାଇନ, ରକ୍ଷଣାବେକ୍ଷଣ ଓ ଟ୍ରାଫିକ୍ ନିୟମ ପାଳନରେ ତ୍ରୁଟି ଯୋଗୁଁ ଏଭଳି ଅମୂଲ୍ୟ ଜୀବନ ଯାଉଥିବା କମିଟି ଦର୍ଶାଇଛି। ଯଦି କୌଣସି ସ୍ଥାନରେ ରାସ୍ତା ନିର୍ମାଣ ହେଉଛି, ତେବେ ସେଠାରେ ସୁରକ୍ଷିତ ଫୁଟପାଥ ଯୋଗାଇଦେବା ପ୍ରଶାସନର ସାମ୍ବିଧାନିକ ଦାୟିତ୍ୱ ବୋଲି ସ୍ପଷ୍ଟ କରାଯାଇଛି।
ସଡ଼କ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସୁରକ୍ଷିତ ପଦଚାରୀ ଭିତ୍ତିଭୂମି ଯୋଗାଇବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସ୍ପଷ୍ଟ କରିଦିଆଯାଇଥିଲା। ବିଶେଷକରି ଗ୍ରାମୀଣ ରାସ୍ତା ଯେଉଁଠାରେ ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥ ସହିତ ମିଶୁଛି, ସେହି ଜଙ୍କସନଗୁଡ଼ିକରେ ବାରମ୍ବାର ଘଟୁଥିବା ଦୁର୍ଘଟଣା, ଅନ୍ଧ ବୁଲାଣି, ପର୍ଯ୍ୟାପ୍ତ ଆଲୋକ ଓ ସାଇନବୋର୍ଡର ଅଭାବ ଥିବା ସ୍ଥାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ସେଠାରେ ସ୍ପିଡ୍ ବ୍ରେକର, ଗତି ନିୟନ୍ତ୍ରଣ ବ୍ୟବସ୍ଥା, ସତର୍କତା ସୂଚନା ଓ ଇଞ୍ଜିନିୟରିଂ ସଂସ୍କାର ଜାରି କରିବାକୁ କୁହାଯାଇଛି।
📲Get App