🔥 TRENDING One Week Left to Apply for 860 Prison... અમરથોળ ગામમાં સ્વચ્છતા જાળવીને નવરાત્ર... Railway Department Announces Recruitme... 4 Dead, 14 Injured in Mysuru Bus-Lorry... Minister Aman Arora defeats Charnjeet... Delhi CM Rekha Gupta Distributes Bicyc...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ ସୁବିଧା: ସର୍ବୋଚ୍ଚ ଅଦାଲତ
Lifestyle

ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ ସୁବିଧା: ସର୍ବୋଚ୍ଚ ଅଦାଲତ

✍️ Reporter: Deepak Mahapatra 🗓 16 Oct 2026, 01:54 PM 👁 16
Share: 💬 WhatsApp 📘 Facebook 𝕏 Post
ମାନ୍ୟବର ସର୍ବୋଚ୍ଚ ଅଦାଲତ ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ରାୟ ଶୁଣାଇଛନ୍ତି । ହିନ୍ଦୁ ଧର୍ମରୁ ଇସଲାମ ଧର୍ମ ଗ୍ରହଣ କରୁଥିବା ଧର୍ମ ପରିବର୍ତ୍ତନକାରୀଙ୍କୁ କୌଣସି ସଂରକ୍ଷଣ ସୁବିଧା ମିଳିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅର୍ଥାତ ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଥିବା ତାଙ୍କର ସାମାଜିକ ପଛୁଆବର୍ଗ ଅଣ-ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହୋଇପାରିବ ନାହିଁ।
ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ, ତାମିଲନାଡୁ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ମାନ୍ୟବର ଅଦାଲତ କହିଛନ୍ତି ଯେ ହିନ୍ଦୁ ସାମାଜିକ ବ୍ୟବସ୍ଥା ମଧ୍ୟରେ 'ପଛୁଆ ବର୍ଗ' କିମ୍ବା 'ଅନୁସୂଚିତ ଜାତି' ଅନ୍ତର୍ଭୁକ୍ତ କୌଣସି ବ୍ୟକ୍ତି ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହେବା ପରେ, ସେହି ଆଧାରରେ ସଂରକ୍ଷଣର ସୁବିଧା ଦାବି କରିପାରିବେ ନାହିଁ ।
ମାଡ୍ରାସ ହାଇକୋର୍ଟଙ୍କ ଏକ ଆଦେଶରେ କହିଥିଲେ ଯେ ଇସଲାମ ଧର୍ମ ଗ୍ରହଣ କରିଥିବା କୌଣସି ବ୍ୟକ୍ତି କେବଳ ଧର୍ମାନ୍ତରୀକରଣ ଆଧାରରେ 'ପଛୁଆ ବର୍ଗ (ମୁସଲିମ୍)' ବର୍ଗ ଅଧୀନରେ ସଂରକ୍ଷଣ ଦାବି କରିପାରିବେ ନାହିଁ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ନିଷ୍ପତ୍ତିକୁ କାଏମ ରଖିଛନ୍ତି । ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁ ସରକାରଙ୍କ ସେହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ଇସଲାମ ଧର୍ମ ଗ୍ରହଣ କରିଥିବା ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାର ପ୍ରାବଧାନ ଥିଲା ।
ସୁପ୍ରିମକୋର୍ଟଙ୍କ ଏହି ରାୟ ହିନ୍ଦୁ ସାମାଜିକ ବ୍ୟବସ୍ଥା ମଧ୍ୟରେ ଜାତି-ଆଧାରିତ ସାମାଜିକ ପଛୁଆପଣ ଏବଂ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହେବା ପରେ ସଂରକ୍ଷଣ ସୁବିଧା ପାଇବାର ଅଧିକାର ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଧାରିତ ଥିଲା । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ପୂର୍ବରୁ କୌଣସି ପଛୁଆ ବର୍ଗ କିମ୍ବା ଅନୁସୂଚିତ ଜାତିର ଅନ୍ତର୍ଭୁକ୍ତ ଥିବା ଆଧାରରେ, ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହେବା ପରେ କେହି ସଂରକ୍ଷଣ ସୁବିଧା ଦାବି କରିପାରିବେ ନାହିଁ । କାରଣ ଧର୍ମ ପରିବର୍ତ୍ତନ ହେଲେ ଜଣେ ବ୍ୟକ୍ତିଙ୍କ ସାମାଜିକ ସ୍ଥିତି ବଦଳିଯାଏ ନାହିଁ।
📲Get App