🔥 ट्रेंडिंग एपी में एनडीए गठबंधन ने शहरी स्थानीय न... आसपास 15 वर्ष के विलंब पर उम्मीदवारों... गुजरात ने श्रमिक अन्नपूर्णा भोजन योजना... सिम्पली वॉल स्ट्रीट ने बताया, गुजरात फ... गुजरात ने बीट द्वारका कॉरिडोर से विश्व... ਮਰਹੂਮ ਸਿੱਧੂ ਮੂਸੇਵਾਲਾ ਦਾ ਨਵਾਂ ਗੀਤ 'Kaal...
16 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଅନ୍ତ୍ୟୋଦୟ ଗୃହ ଯୋଜନା: ଆହୁରି ୨.୯୧ ଲକ୍ଷ ଗରିବ ପରିବାର ପାଇବେ ପକ୍କା ଘର, ବଢ଼ିଲା ଅବଧି ଓ ପ୍ରୋତ୍ସାହନ ରାଶି
सरकारी योजना

ଅନ୍ତ୍ୟୋଦୟ ଗୃହ ଯୋଜନା: ଆହୁରି ୨.୯୧ ଲକ୍ଷ ଗରିବ ପରିବାର ପାଇବେ ପକ୍କା ଘର, ବଢ଼ିଲା ଅବଧି ଓ ପ୍ରୋତ୍ସାହନ ରାଶି

✍️ रिपोर्टर: Deepak Mahapatra 🗓 16 अक्टू. 2026, 01:16 PM 👁 11
शेयर करें: 💬 WhatsApp 📘 Facebook 𝕏 Post
ଏଣିକି ୫ମାସ ମଧ୍ୟରେ ଘର ନିର୍ମାଣ ସାରିଲେ ୨୦ ହଜାର ଟଙ୍କା ବଦଳରେ ସିଧାସଳଖ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ୭ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ବଦଳରେ ୨୦ ହଜାର ଟଙ୍କା ପ୍ରଦାନ କରାଯିବ।ରାଜ୍ୟରେ 'ସମସ୍ତଙ୍କ ପାଇଁ ଘର' ଲକ୍ଷ୍ୟକୁ ହାସଲ କରିବା ଉଦ୍ଦେଶ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ଅତିରିକ୍ତ ୨ ଲକ୍ଷ ୯୧ହଜାର ୬୬୬ଟି ପକ୍କାଘର ଯୋଗାଇ ଦିଆଯିବ। ଏହାସହିତ ଅନ୍ତ୍ୟୋଦୟ ଗୃହ ଯୋଜନାର ଅବଧିକୁ ଆଉ ୨ ବର୍ଷ ବୃଦ୍ଧି କରାଯିବା ସହ ଘର ତିଆରି କରୁଥିବା ହିତାଧିକାରୀଙ୍କ ପାଇଁ ଧାର୍ଯ୍ୟ ପ୍ରୋତ୍ସାହନ ରାଶିକୁ ମଧ୍ୟ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏନେଇ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକାଳ ପୂର୍ବ ନିର୍ଦ୍ଧାରିତ ୨୦୨୭ ମସିହା ପରିବର୍ତ୍ତେ ଏବେ ୨୦୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଯୋଜନାର ମୋଟ ପ୍ରକଳ୍ପ ଖର୍ଚ୍ଚ ୭୫୫୦କୋଟି ଟଙ୍କା ଅପରିବର୍ତ୍ତିତ ରହିଥିବାବେଳେ ପୂର୍ବରୁ ଗୃହ ମରାମତି ବାବଦକୁ ରହିଥିବା ୩୫୦୦ କୋଟି ଟଙ୍କାର ରିପେୟାରିଙ୍ଗ୍ କମ୍ପୋନେଣ୍ଟକୁ ଏବେ ସମ୍ପୂର୍ଣ୍ଣ ଭାବେ ନୂଆ ଘର ନିର୍ମାଣରେ ଖର୍ଚ୍ଚ କରାଯିବ।
ହିତାଧିକାରୀମାନେ ଯେପରି ଶୀଘ୍ର କାମ ଶେଷ କରିବେ, ସେଥିପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇ ନିୟମକୁ କୋହଳ କରାଯାଇଛି। ଏଣିକି ୫ମାସ ମଧ୍ୟରେ ଘର ନିର୍ମାଣ ସାରିଲେ ୨୦ ହଜାର ଟଙ୍କା ବଦଳରେ ସିଧାସଳଖ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ୭ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ବଦଳରେ ୨୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।
ଏହି ଯୋଜନାରେ ବିଶେଷକରି ପୂର୍ବରୁ ୪୮୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଅର୍ଥ ପାଇଥିବା ହିତାଧିକାରୀ ଓ ଅନ୍ୟ ଯୋଗ୍ୟ ଗରିବ ପରିବାରଗୁଡ଼ିକୁ ସାମିଲ କରାଯିବ। ଏଥିପାଇଁ ତୁରନ୍ତ ନୂଆ ସର୍ଭେ କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାକୁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି, ସେଭଳି ମୋଟ ୫ ଲକ୍ଷ ଗରିବ ଓ ଅସହାୟ ପରିବାରଙ୍କୁ ନିଜସ୍ୱ ପକ୍କା ଘର ଯୋଗାଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
📲Get App