Education
ଛାତ୍ର ସଂସଦ ନିର୍ବାଚନ ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା; ଇପ୍ସିତା ସାହୁଙ୍କୁ ଉଠାଇ ନେଲା ପୁଲିସ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଚାଲିଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଏହାକୁ ନେଇ କ୍ୟାମ୍ପସ୍ ସମ୍ମୁଖରେ ହଟଚମଟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଇପ୍ସିତା ସାହୁଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମୟରେ ତାଙ୍କ ବିରୋଧରେ ଏବିଭିପି ପକ୍ଷରୁ ମଧ୍ୟ ଅଭିଯୋଗ ଦିଆଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ଏହାପରେ ପୁଲିସ ସହ ଇପ୍ସିତାଙ୍କ ଧସ୍ତାଧସ୍ତି ହୋଇଥିବା ବେଳେ ପୁଲିସ ତାଙ୍କୁ ସେଠାରୁ ନେଇଯାଇଥିଲା। ଘଟଣା ପରେ କ୍ୟାମ୍ପସ୍ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।
ତେବେ ଇପ୍ସିତା ସାହୁଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୁଲିସ ନେଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣାରେ ପୁଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ନଜର ରହିଛି।