🔥 TRENDING Uttar Pradesh CM Yogi Adityanath Criti... Calgary police issue photos of 17 Indi... Violent family feud in Bamori village,... राजकिशोर नगर में त्रिशूल पर झूलते हुए... Krupya no tras Major Entertainment Channel Announces...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ରମାଦେବୀ ପରିସରରୁ ଇପ୍‌ସିତା ସାହୁଙ୍କୁ ଉଠାଇ ନେଲା ପୁଲିସ
Education

ରମାଦେବୀ ପରିସରରୁ ଇପ୍‌ସିତା ସାହୁଙ୍କୁ ଉଠାଇ ନେଲା ପୁଲିସ

✍️ Reporter: Deepak Mahapatra 🗓 15 Oct 2026, 01:24 PM 👁 14
Share: 💬 WhatsApp 📘 Facebook 𝕏 Post
ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ଇପ୍‌ସିତା ସାହୁଙ୍କୁ ଉଠାଇ ନେଲା ପୁଲିସ। ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଇପ୍‌ସିତାଙ୍କୁ ଉଠାଇ ନେଇଛି ପୁଲିସ୍। ତାଙ୍କୁ ଉଠାଇ ନିଆଯିବା ପରେ ଏହାର ପ୍ରତିବାଦ କରିଛନ୍ତି ବିସିଜେଡିର ଛାତ୍ରୀମାନେ।
ଇପ୍‌ସିତା ଏବିଭିପିର ସଭାପତି ପ୍ରାର୍ଥୀ ଓ ଅନ୍ୟ କିଛି ଛାତ୍ରୀଙ୍କୁ ଅସଦାଚରଣ ସହିତ ଧସ୍ତାଧସ୍ତି କରିଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି କାରଣ ପାଇଁ ପୁଲିସ୍ ତାଙ୍କୁ ଉଠାଇ ନେଇଛି ନା ଆଉ କିଛି କାରଣ ରହିଛି, ତାହା ତତ୍‌କ୍ଷଣାତ ସ୍ପଷ୍ଟ ହୋଇପାରିନି।
📲Get App