🔥 TRENDING सोशल मिडिया पर पोस्ट किया ISRO completes final checks for joint... श्रीबाबू के 139वीं जयंती के राज्यसभा स... WhatsApp launches custom chat filter t... ग्राम पंचायत चुनाव: जयंतीलाल मीणा ने ब... EV two-wheeler bookings surge 35% in I...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ନନ୍ଦନକାନନରେ ଖୁସି ଖବର; ପ୍ରଥମ ଥର ପାଇଁ ମା’ ହେଲା ସିଂହୀ ଶ୍ରେୟା
Lifestyle

ନନ୍ଦନକାନନରେ ଖୁସି ଖବର; ପ୍ରଥମ ଥର ପାଇଁ ମା’ ହେଲା ସିଂହୀ ଶ୍ରେୟା

✍️ Reporter: Deepak Mahapatra 🗓 15 Oct 2026, 04:02 PM 👁 13
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ନନ୍ଦନକାନନରେ ଖୁସି ଖବର। ପ୍ରଥମ ଥର ପାଇଁ ମା’ ହୋଇଛି ସିଂହୀ ଶ୍ରେୟା। ଗୋଟିଏ ଶାବକକୁ ଜନ୍ମ ଦେଇଛି ଶ୍ରେୟା। ତେବେ ଜନ୍ମ ପରେ ଶାବକକୁ ଗ୍ରହଣ କରିନାହିଁ ମା’ ସିଂହୀ। ଫଳରେ ନବଜାତ ଶାବକକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।
ପ୍ରଥମ ଥର ପାଇଁ ମା’ ହୋଇଥିବାରୁ ଶ୍ରେୟା ନିକଟରେ ମାତୃସୁଲଭ ଆଚରଣ ଦେଖିବାକୁ ମିଳିନଥିବା ସୂଚନା ମିଳିଛି। ତେଣୁ ଶାବକର ଯତ୍ନ ନେବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଶାବକର ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି। ଶ୍ରେୟାର ଶାବକ ଜନ୍ମ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଗତ ମାସରେ ନନ୍ଦନକାନନରେ ସିଂହୀ ମାୟା ମଧ୍ୟ ଦୁଇଟି ଶାବକକୁ ଜନ୍ମ ଦେଇଥିଲା। ପ୍ରଥମ ଶାବକଟି ରାତି ୨ଟା ୪୧ ମିନିଟରେ ଜନ୍ମ ହୋଇଥିବା ବେଳେ ଦ୍ୱିତୀୟ ଶାବକଟି ଭୋର୍ ୫ଟା ୪୯ ମିନିଟରେ ଜନ୍ମ ହୋଇଥିଲା। ଦୁର୍ଭାଗ୍ୟବଶତଃ, ପ୍ରଥମ ଶାବକଟି ମୃତ ଜନ୍ମ ହୋଇଥିଲା। ଅନ୍ୟ ଶାବକଟି ସୁସ୍ଥ ଥିଲା।
କିନ୍ତୁ ମାୟା ମଧ୍ୟ ନିଜ ଶାବକକୁ ଗ୍ରହଣ କରିନଥିଲା। ଫଳରେ ତାକୁ ଶିଶୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କ୍ଷୀର ଦେବା ସହ ତାପମାତ୍ରା ନିୟନ୍ତ୍ରିତ କୋଠରୀରେ ରଖି ଯତ୍ନ ନିଆଯାଇଥିଲା। ହେଲେ କିଛି ଦିନ ପରେ ସେହି ନବଜାତ ଶାବକର ମୃତ୍ୟୁ ହୋଇଥିଲା।
ଏବେ ଶ୍ରେୟାର ନବଜାତ ଶାବକର ସ୍ୱାସ୍ଥ୍ୟକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସତର୍କ ରହିଛନ୍ତି। ଶାବକଟି ସୁସ୍ଥ ରହିବା ସହ ତାର ଉପଯୁକ୍ତ ଲାଳନପାଳନ ହେବା ଉପରେ ଗୁରୁତ୍ୱ ଦିଆଯାଉଛି।
📲Get App