🔥 TRENDING Foreign Minister S. Jaishankar warns a... Madhya Pradesh Releases MD, MS College... D.P. Jewellers taps Madhya Pradesh Cri... Madhya Pradesh Spa Staff Assault Custo... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ଥାରରେ ଆସିଲେ ସଭାପତି ପ୍ରାର୍ଥୀ; କଲେଜ ସମ୍ମୁଖରେ ଉତ୍ତେଜନା ଦେଖି ଚେତା ହରାଇଲେ

✍️ Reporter: Deepak Mahapatra 🗓 15 Oct 2026, 01:34 PM 👁 17
Share: 💬 WhatsApp 📘 Facebook 𝕏 Post
ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂକୁ ଆସିବା ବେଳେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ପ୍ରକାଶ ପାଇଥିଲା ପ୍ରବଳ ଉତ୍ତେଜନା। ପ୍ରବଳ ପାଟିତୁଣ୍ଡ, ହୋହଲ୍ଲା ଠେଲାପେଲା ଓ ଧମକରେ ଅତିଷ୍ଠ ହୋଇଯାଇଥିଲେ ସଭାପତି ପ୍ରାର୍ଥୀ। ଆଉ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂରେ ଭାଷଣ ଦେବା ବେଳେ ହୋଇଯାଇଥିଲେ ଚେତାଶୂନ୍ୟ। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ବାଇଗଣ ବାଡ଼ିଆ ସ୍ଥିତ ବାବା ବଳିଆ କଲେଜରେ।
ଏବିଭିପିର ସଭାପତି ପ୍ରାର୍ଥୀ ଚମ୍ପା ମୁର୍ମୁ ଏକ ଥାର ଗାଡ଼ିରେ ତାଙ୍କ ସଂଗଠନର ଅନ୍ୟ କିଛି ପ୍ରାର୍ଥୀଙ୍କ ସହିତ କଲେଜକୁ ଆସିଥିଲେ ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ସାମିଲ ହେବାକୁ । କିନ୍ତୁ ସେମାନେ କଲେଜ ସମ୍ମୁଖରେ ପହଞ୍ଚିଲା ବେଳକୁ ସେଠାରେ ବହୁ ଲୋକ ଜମା ହୋଇଥିଲେ। ସେମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ସେମାନେ ଗାଡ଼ିକୁ ପିଟିବା ସହିତ ଜୋରରେ ପାଟିତୁଣ୍ଡ କରିଥିଲେ। ଲୋକେ ହାତାହାତି ମଧ୍ୟ ହୋଇଥିଲେ। ଠେଲାପେଲା, ହୋହଲ୍ଲା ଭିତରେ ସେ କଲେଜ ଭିତରକୁ ଯାଇଥିଲେ। ତେବେ ଫାଟକ ପାଖରେ ଏଭଳି ପରିସ୍ଥିତି ଦେଖି ସେ ଚାପଗ୍ରସ୍ତ ହୋଇଯାଇଥିଲେ ଓ ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ନିଜ ବକ୍ତବ୍ୟ ରଖିବା ବେଳେ ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିଲେ। ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା।
ଚମ୍ପା ମୁର୍ମୁ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନିର୍ବାଚନରୁ ଓହରି ଯିବାକୁ ଧମକ ଦିଆଯାଇଥିଲା। ଖାଲି ଏତିକି ନୁହେଁ, ନଓହରିଲେ ତାଙ୍କୁ ମାରି ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା।
ଅନ୍ୟପକ୍ଷରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବାବା ବଳିଆ କଲେଜ ସମ୍ମୁଖରେ ପୁଲିସ ମୁତୟନ କରାଯାଇଛି।
📲Get App