🔥 ट्रेंडिंग માંડવી નગરજનો ના હિત માં રાષ્ટ્રીય દલિ... सोशल मिडिया पर पोस्ट किया ISRO completes final checks for joint... श्रीबाबू के 139वीं जयंती के राज्यसभा स... WhatsApp launches custom chat filter t... ग्राम पंचायत चुनाव: जयंतीलाल मीणा ने ब...
15 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ରାଜପଥରେ ବେଆଇନ ପାର୍କିଂ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
राजनीति

ରାଜପଥରେ ବେଆଇନ ପାର୍କିଂ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

✍️ रिपोर्टर: Deepak Mahapatra 🗓 15 अक्टू. 2026, 03:58 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ତଥା ବିପଦଜନକ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ରାଜ୍ୟରେ ଶୃଙ୍ଖଳା ଫେରାଇ ଆଣିବା, ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଦାୟିତ୍ୱବୋଧ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଧର୍ମେନ୍ଦ୍ର ।
ସାଂସଦ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଖଣି ଓ ଶିଳ୍ପ କରିଡରଗୁଡ଼ିକରେ ଟ୍ରକଗୁଡ଼ିକ ଧାଡ଼ି କରି ରାସ୍ତା ଉପରେ ବେଆଇନ ଓ ବିପଦଜନକ ପାର୍କିଂ କରୁଥିବାରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସିଧାସଳଖ ସାମ୍ବିଧାନିକ ଆଦେଶ ଏବଂ ଦୃଢ଼ ଆଇନଗତ କ୍ଷମତା ରହିଛି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜପଥରେ ନିରାପଦ ଯାତାୟତ କରିବା ସମସ୍ତଙ୍କ ଅଧିକାର । ମାନ୍ୟବର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ନିର୍ଦ୍ଦିଷ୍ଟ ପାର୍କିଂ ରହଣୀ ବ୍ୟତୀତ କୌଣସି ଜାତୀୟ ରାଜପଥ ବା ଗାଡ଼ି ଚଳାଚଳ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବଡ ଓ ବାଣିଜ୍ୟିକ ଯାନ ପାର୍କିଂ କରିପାରିବେ ନାହିଁ । ଏଥିସହ ୨୪ ଘଣ୍ଟିଆ ପାଟ୍ରୋଲିଂ ଟିମ୍, ଅଟୋମେଟେଡ୍ ଇ-ଚାଲାଣ ବ୍ୟବସ୍ଥା ଏବଂ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ସେହିଂ ବେଆଇନ ପାର୍କିଂକୁ ହଟାଇବା ନେଇ ଜିଲ୍ଲାପାଳ ଏବଂ ଏସପି ଉତ୍ତରଦାୟୀ ରହିବେ । ସେହିପରି ରାଜ୍ୟ ସରକାରଙ୍କର ଉକ୍ତ ଗାଡ଼ିକୁ ଜବତ କରିବା, ଜରିମାନା ଲଗାଇବା ଏବଂ ଯଦି ଗୋଟିଏ ମାସ ପରେ ଜରିମାନା ଆଦାୟ ନହୁଏ ତେବେ ଜବତ ଯାନଗୁଡ଼ିକୁ ନିଲାମ କରିବାର ଅଧିକାର ରହିଛି ।
ସେହିପରି ଯେଉଁ ଶିଳ୍ପ ଓ ଖଣି ସଂସ୍ଥାମାନଙ୍କର ପରିବହନ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ ହେଉଛି ସେମାନଙ୍କ ବିରୁଦ୍ଧରେ ସେକ୍ସନ ୭୬ ଅନୁଯାୟୀ କର୍ପୋରେଟ୍ ଲାୟାବିଲିଟି ଲାଗୁ କରାଯିବାକୁ ଧର୍ମେନ୍ଦ୍ର ଚିଠିରେ ଦାବି କରିଛନ୍ତି । ଆଇନ ଭଙ୍ଗକାରୀଙ୍କ ବିରୁଦ୍ଧରେ ଦ୍ରୁତ ଏବଂ ଦଣ୍ଡମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମର ରାଜପଥଗୁଡ଼ିକ ବିପଦର କ କରିଡର ବଦଳରେ ପ୍ରଗତିର କରିଡର ହୋଇ ରହିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
📲Get App