🔥 TRENDING દાંતા તાલુકાના વિકાસ માટે ઋષિકેશ પટેલ... शौचालय निर्माण का पैसा न मिलने पर बुजु... भरतपुर सोनहत विधायक रेणुका सिंह ने केल... ਪਰਵਿੰਦਰ ਸਿੰਘ ਝੋਟਾ ਕਤਲ ਕਾਂਡ 'ਚ ਵੱਡੀ ਕਾਰ... इलाहाबाद हाईकोर्ट ने यूपी की शिक्षा व्... दिल्ली मेट्रो में सीट विवाद: 48 वर्षीय...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଜାନୁୟାରୀ ୧୨ରୁ ୨୨ ପର୍ଯ୍ୟନ୍ତ ହେବ ମହାସମାରୋହ, ଘୋଷଣା କଲେ ଜିଲ୍ଲାପାଳ
Local

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଜାନୁୟାରୀ ୧୨ରୁ ୨୨ ପର୍ଯ୍ୟନ୍ତ ହେବ ମହାସମାରୋହ, ଘୋଷଣା କଲେ ଜିଲ୍ଲାପାଳ

✍️ Reporter: Deepak Mahapatra 🗓 14 Oct 2026, 01:18 PM 👁 9
Share: 💬 WhatsApp 📘 Facebook 𝕏 Post
ବରଗଡ଼: ଆସନ୍ତା ଜାନୁୟାରୀ ୧୨ ରୁ ୨୨ ତାରିଖ ଯାଏଁ ଦୀର୍ଘ ୧୧ ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୭୯ତମ ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପରିଚାଳନା ନେଇ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ ଚଳିତ ବର୍ଷର ଯାତ୍ରା ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇଛି।
ଆଗାମୀ ଜାନୁୟାରୀ ୧୨ ରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ଥରିବ ସମଗ୍ର ବରଗଡ଼ ସହର। ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଦିନଗୁଡ଼ିକରେ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବ, ଅମ୍ବାପାଲି ଗୋପପୁର ରୂପ ନେବ ଏବଂ ଜିରା ନଦୀ ପବିତ୍ର ଯମୁନା ନଦୀରେ ରୂପାନ୍ତରିତ ହେବ।
ଏହି ସୂଚନାକୁ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ମିଳିତ ଭାବେ ଘୋଷଣା କରିଛନ୍ତି। ବୈଠକରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
📲Get App