🔥 TRENDING Karnataka Government Cancels Eight Ben... Anna Seve mobile app rolled out statew... Karnataka declares 7 more taluks droug... બનાસકાંઠા: અંબાજી મંદિરમાં ચોથા નોરતે... रामलीला चंदे के पैसों को लेकर चली गोली... Uttar Pradesh 2026-27 Scholarship: Ren...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

✍️ Reporter: Deepak Mahapatra 🗓 14 Oct 2026, 01:20 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ୪୮ତମ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ରାଜ୍ୟର ବିକାଶ ଏବଂ ଜନକଲ୍ୟାଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦକ୍ଷତା ବିକାଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ଏହି ଉଚ୍ଚସ୍ତରୀୟ ବୈଠକରେ ୧୧ଟି ବିଭାଗର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା କ୍ରମେ ରାଜ୍ୟର ୪.୨ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ୨,୪୫୦ କୋଟି ଟଙ୍କାର "ଦକ୍ଷତା ବିକାଶ ଯୋଜନା" କୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏହା ଅଧୀନରେ ୧.୧୭ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିଭିତ୍ତିକ ସ୍ୱଳ୍ପକାଳୀନ ତାଲିମ ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ଡିଜିଟାଲ ଦକ୍ଷତା ପ୍ରଦାନ କରାଯିବ।
ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପ ସମେତ କୃଷି ଓ ଚାଷୀଙ୍କ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍‌ ଅନୁମୋଦନ ହୋଇଛି। ୨୦୪୭ ସୁଦ୍ଧା ମାଛ ଉତ୍ପାଦନ ୫୧ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇବ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ଅଧିକ ନିଯୁକ୍ତି ସୃଷ୍ଟି କଲେ ସରକାର। ଡ୍ରେନ୍‌ ସମସ୍ୟା ଦୂର ପାଇଁ ୫୦୦ କୋଟି ଟଙ୍କାର ନୂଆ ଯୋଜନା। ବର୍ତ୍ତମାନ ରାଜ୍ୟରେ ୧୨.୭ ଲକ୍ଷ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ୩୨୯ ଅତିରିକ୍ତ ପଦବୀ ବୃଦ୍ଧି ପାଇ ହେଲା ୭୭୪ । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୧୨୭ରୁ ୨୨୪କୁ ବୃଦ୍ଧି ହେଲା। ସେମାନଙ୍କ ଦରମା ଲେଭଲ୍‌-୪ରୁ ଲେଭନ୍‌-୯କୁ ବୃଦ୍ଧି ହେବ। କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୩୧୮ରୁ ୫୫୦କୁ ବୃଦ୍ଧି କରାଯାଇଛି।
ଜାତୀୟ ଶିକ୍ଷାନୀତି (NEP 2020) ଆଧାରରେ ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶକୁ ସଂଯୋଗ କରିବା ଏବଂ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ 'ସ୍କିଲ୍ ହବ୍' (Skill Hubs) ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି।
ରାଜ୍ୟ ସରକାରଙ୍କ ଏହି ସମସ୍ତ ନିଷ୍ପତ୍ତି ଦ୍ୱାରା ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ବିଭିନ୍ନ ବର୍ଗର ଜନସାଧାରଣ ବ୍ୟାପକ ଭାବେ ଉପକୃତ ହେବେ।
📲Get App