🔥 TRENDING मथुरा पुलिस विभाग में बड़ा फेरबदल: 23... Meta launches its most powerful AI mod... India Launches First AI Ambassador "De... બનાસકાંઠા: અંબાજી મંદિરમાં ચોથા નોરતે... Hackers Target French Supermarkets, Tr... यूट्यूबर अश्वी यादव सहित सात पर 5 करोड...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
ରାଗିଗଲେ ଭୁବନେଶ୍ୱର ମେୟର
Politics

ରାଗିଗଲେ ଭୁବନେଶ୍ୱର ମେୟର

✍️ Reporter: Deepak Mahapatra 🗓 14 Oct 2026, 01:12 PM 👁 13
Share: 💬 WhatsApp 📘 Facebook 𝕏 Post
ଘାଟିକିଆରେ ମଙ୍ଗଳବାର ବଜରଙ୍ଗୀ ଖେଳ ପଡ଼ିଆ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରଣାଙ୍କ ଉପରେ ରାଗି ଯାଇଥିଲେ ବିଏମ୍‌ସି ମେୟର ସୁଲୋଚନା ଦାସ। କାରଣରେ ଲୋକାର୍ପଣ ଫଳକର ନଥିଲା ତାଙ୍କ ନାଁ।
ଏହି ଖେଳ ପଡ଼ିଆକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। ଫଳକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ନାମ ଅଛି। କିନ୍ତୁ ମେୟରଙ୍କ ନାଁ ନାହିଁ।
ଉଦ୍‌ଘାଟନ ପୂର୍ବରୁ ସେଠାରେ ପହଞ୍ଚିଥିବା ମେୟର ସୁଲୋଚନା ଦାସ ଏହା ଦେଖି ରାଗି ଯାଇଥିଲେ। ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରଣା ତାଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଥିବା କହିଥିଲେ ମେୟର। ସେ କହିଥିଲେ, ଏହା ଖରାପ କଥା। ଏହା ଅସମ୍ମାନ। ଡାକିବାର ନାହିଁ ଯଦି ଡାକନ୍ତୁ ନାହିଁ। କାହିଁକି ଆମକୁ ଡାକୁଛନ୍ତି? ଚିଠି ଲେଖି ଡାକିବାର କିଛି ମୂଲ୍ୟ ନାହିଁ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଉପସ୍ଥିତିରେ ମେୟର ତାଙ୍କ ଅସନ୍ତୋଷ ଜାହିର କରିଥିଲେ। ବିଧାୟକ ଦ୍ୱୟ ତାଙ୍କୁ ବୁଝାଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମେୟର ସାମିଲ ହୋଇଥିଲେ।
ଘାଟିକିଆର ବଜରଙ୍ଗୀ ଖେଳପଡ଼ିଆ ସମେତ ଆଜି ଭୁବନେଶ୍ୱରରେ ୧୨ଟି ଖେଳପଡ଼ିଆର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଗାଡ଼କଣରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପ ଓ ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ସୁଲଭ ଆବାସିକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭଡ଼ା ଆବାସ (ରେଣ୍ଟାଲ ହାଉସିଂହ ପ୍ରୋଜେକ୍ଟସ ଯୋଜନାରେ ଗୃହ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
📲Get App