शिक्षा
ଜଣେ ଶିକ୍ଷକ କ’ଣ କରିବେ? ‘ସୁରଭି’ ପାଇଁ ସ୍କୁଲରେ ତାଲା, ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ
यहाँ देखें:
▶️ YouTube
‘ସୁରଭି’ କାର୍ଯ୍ୟକ୍ରମ ପାଇଁ ବନ୍ଦ ହେଲା ସ୍କୁଲ। ନଷ୍ଟ ହେଲା ଛାତ୍ରଛାତ୍ରୀଙ୍କର ଦିନକର ପାଠପଢ଼ା। ମଧ୍ୟାହ୍ନ ଭୋଜନ ବି ମିଳିଲା ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଞ୍ଜାଲଗୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟରେ ପଢ଼ନ୍ତି ୩୫ ଜଣ ଛାତ୍ରଛାତ୍ରୀ। ସେମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଆଜି ରାଇପଙ୍କା ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ‘ସୁରଭି’ କାର୍ଯ୍ୟକ୍ରମ। ସିଆରସିସିଙ୍କ ନିର୍ଦ୍ଦେଶକ୍ରମ ୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏଥିରେ ସାମିଲ ହୋଇଥିଲେ କଞ୍ଜାଲଗୁ ବିଦ୍ୟାଳୟର ଶିକ୍ଷକ ସୁରେଶଚନ୍ଦ୍ର ପ୍ରଧାନ। ସେଥିପାଇଁ ସେ ସ୍କୁଲକୁ ଛୁଟି ଘୋଷଣା କରିଥିଲେ।
ସବୁ ଦିନ ଭଳି ଆଜି ମଧ୍ୟ ପିଲାଏ ସ୍କୁଲ ଯାଇଥିଲେ। କିନ୍ତୁ ‘ସୁରଭି’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ଶିକ୍ଷକ ଶ୍ରୀ ପ୍ରଧାନ ସେମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ଫଳରେ ଛାତ୍ରଛାତ୍ରୀମାନେ ପାଠ ପଢ଼ି ପାରିଲେ ନାହିଁ କି ମଧ୍ୟାହ୍ନ ଭୋଜନ ଖାଇପାରିଲେ ନାହିଁ।
ଏନେଇ ଶିକ୍ଷକ ସୁରେଶ କୁମାର ପ୍ରଧାନ କହିଛନ୍ତି, ମୁଁ ଏକୁଟିଆ ଲୋକ। ସିଆରସିସି ମୋତେ ପିଲାଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଥିଲେ। ସେଥିପାଇଁ ବାଧ୍ୟ ହୋଇ ସ୍କୁଲ ଛୁଟି କରିବାକୁ ପଡ଼ିଲା। ସ୍କୁଲି ଛୁଟି ନ କରିଥିଲେ ସୁରଭି କାର୍ଯ୍ୟକ୍ରମକୁ ଯାଇପାରି ନଥାନ୍ତି। ସେଠାକୁ ୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମୁଁ ଯାଇଥିଲି। ମଧ୍ୟାହ୍ନ ଭୋଜନ ଦେବା ପାଇଁ ପାଚିକା ଓ ତାଙ୍କ ସହଯୋଗୀଙ୍କ ସହିତ ଆଲୋଚନା କରିଥିଲି। କିନ୍ତୁ ସେମାନେ ମଧ୍ୟାହ୍ନ ଭୋଜନ ଦେବାକୁ ମନା କରିଥିଲେ। ସେମାନେ ସଫା ସଫା କହିଥିଲେ ଯେ ଆପଣ ନରହିଲେ ଏ ଛୋଟ ଛୋଟ ପିଲାଙ୍କୁ ସମ୍ଭାଳି ହେବ ନାହିଁ।ତେଣୁ ମୋତେ ବାଧ୍ୟ ହୋଇ ସ୍କୁଲ ବନ୍ଦ କରି ୬ ଛାତ୍ରଛାତ୍ରୀଙ୍କୁ ନେଇ ‘ସୁରଭି’ କାର୍ଯ୍ୟକ୍ରମକୁ ଯିବାକୁ ପଡ଼ିଲା।