🔥 TRENDING बिना रैयत की अनुमति के चल रहा था डोजर,... આણંદમાં LCB પોલીસએ 720 બિયર ટીન ધરાવતા... राजस्थान में 14‑15 अक्टूबर को पश्चिमी... Nagaland State Lottery Draws Scheduled... BJP Women MPs to Petition President Mu... 13 Arrested in Manipur for Alleged Chi...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

କୋଇଲା ଲୋଡିଂ କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରିଛି ପାରାଦ୍ୱୀପ ବନ୍ଦର

✍️ Reporter: Deepak Mahapatra 🗓 13 Oct 2026, 01:30 PM 👁 12
Share: 💬 WhatsApp 📘 Facebook 𝕏 Post
ପାରଦ୍ବୀପ: ନୂଆ ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ସୃଷ୍ଟି କଲା ଆଉ ଏକ ନୂଆ ଇତିହାସ । ଭାଙ୍ଗିଲା ନିଜର ପୁରୁଣା ସମସ୍ତ ରେକର୍ଡ। ଦିନକରେ ୧.୪୦ ଲକ୍ଷ ମେଟ୍ରିକ ଟନରୁ ଅଧିକ କୋଇଲା ଲୋଡିଂ କରି ପାରାଦ୍ୱୀପ ବନ୍ଦର ପୁଣି ବଡ ସଫଳତା ହାସଲ କରିଛି।
ବନ୍ଦରର ମେକାନାଇଜ୍‌ଡ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (MCHP) ମାତ୍ର ଗୋଟିଏ ଦିନରେ ସର୍ବାଧିକ ୧,୪୦,୦୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ କରି ଏହି ସଫଳତା ପାଇଛି।ଅକ୍ଟୋବର ୧୦ ତାରିଖରେ ମେକାନାଇଜ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଏମ୍‌ଭି ଏପିଜେ ଇନ୍ଦ୍ରାଣୀ ଓ ଏମ୍‌ଭି ରିପ୍‌ଲି ପିନାକଲ୍ ନାମକ ଦୁଇଟି ଜାହାଜରେ କୋଇଲା ଲୋଡିଂ କରି ରେକର୍ଡ କରିଛି । ପୂର୍ବରୁ ମେ ୨୯ ତାରିଖରେ ଏହି ଦୁଇଟି ଜାହାଜରେ କୋଇଲା ଲୋଡିଂ ହୋଇଛି । ଏହା ପୂର୍ବରୁ ୨୦୨୨ ମେ ୨୯ ତାରିଖରେ ଏମ୍‌ଭି ଆରେଥୁସା ଓ ଏମ୍‌ଭି ଆଇଏସ୍‌ଏଲ୍ ଷ୍ଟାର୍ ଜାହାଜରେ ମୋଟ ୧ ଲକ୍ଷ ୩୭ ହଜାର ୫୦୦ ମେଟ୍ରିକ୍ ଟନ୍ କୋଇଲା ଲୋଡିଂ କରାଯାଇଥିଲା। ତେବେ ଏଥର ପୂର୍ବ ରେକର୍ଡଠାରୁ ୨,୫୨୨ ମେଟ୍ରିକ୍ ଟନ୍ ଅଧିକ କୋଇଲା ଲୋଡିଂ ହୋଇଛି ।
ଚଳିତ ବର୍ଷ ଅକ୍ଟୋବର ମାସରେ ୨ ହଜାର ୫୨୨ ମେଟ୍ରିକ ଟନ୍ ଅଧିକ କୋଇଲା ଲୋଡିଂ କରି ପୂର୍ବ ରେକର୍ଡକୁ ଭାଙ୍ଗିଛି ପାରାଦ୍ୱୀପ ବନ୍ଦର । ଏନେଇ ଏମସିଏଚପିର ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ।
ଏହି ପରିବହନ ଦ୍ବାରା ବନ୍ଦରର ମାଇଲଖୁଣ୍ଟ ଦକ୍ଷତା, ମାଲ ପରିଚାଳନା, ଜାହଜ ପରିଚାଳନା ସମେତ ବନ୍ଦରର ଭିତ୍ତିଭୂମିର ଉପଯୋଗିତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି । ଏହାସହ ଦେଶର ବାଣିଜ୍ୟ ଓ ଲଜିଷ୍ଟିକ କ୍ଷେତ୍ରକୁ ସମର୍ଥନ ଯୋଗାଇବା ସହ ଭାରତର ପୂର୍ବ ଉପକୂଳରେ ଏକ ପ୍ରମୂଖ ନୌବାଣିଜ୍ୟିକ କେନ୍ଦ୍ର ଭାବେ ପାରାଦୀପ ବନ୍ଦରର ସ୍ଥିତିକୁ ଆହୁରି ସୁଦୃଢ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପାରାଦୀପ ବନ୍ଦର ପକ୍ଷରୁ କୁହାଯାଇଛି।
📲Get App