🔥 TRENDING केशवाही पुलिस की लापरवाही का खौफनाक अं... Avengers: Doomsday Targets $360M at Ch... Doraemon Film Earns ₹20 Crore in 11 Da... Ajay Devgn's Drishyam 3 Nears ₹320 Cr... Arunachal Women’s Panel Chairperson Ca... India Standardises Names of 28 Ladakh...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ସିଡିଏରେ ଗ୍ୟାସ୍ ପାଇପ୍ ଲିକ୍, ହୁତୁହୁତୁ ହୋଇ ଜଳିଲା ନିଆଁ

✍️ Reporter: Deepak Mahapatra 🗓 13 Oct 2026, 01:22 PM 👁 20
Share: 💬 WhatsApp 📘 Facebook 𝕏 Post
କଟକ: କଟକ ସିଡିଏ ସେକ୍ଟର-୧୦ରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଭୟାବହ ଅଗ୍ନିକାଣ୍ଡ ହୋଇଛି । ରାସ୍ତା ଉପରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ସେକ୍ଟର- ୧୦ରେ ପିଏନଜି ପାଇପ୍ ଲାଇନରୁ ଗ୍ୟାସ୍ ନିର୍ଗତ ହୋଇ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ହୁତୁହୁତୁ ହୋଇ ନିଆଁ ବ୍ୟାପିଥିଲା । ପାଖରେ ମଧ୍ୟ ଏକ ଟ୍ରାନ୍ସଫର୍ମର ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ସେହିପରି ତୋରଣ ଏବଂ ଟ୍ରାକ୍ଟର୍ ମଧ୍ୟ ରହିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ କ’ଣ ଜଣାପଡ଼ିନଥିଲା ବେଳେ ଯାଞ୍ଚ ଆରମ୍ଭ ହୋଇଛି ।
📲Get App