🔥 TRENDING केशवाही पुलिस की लापरवाही का खौफनाक अं... Avengers: Doomsday Targets $360M at Ch... Doraemon Film Earns ₹20 Crore in 11 Da... Ajay Devgn's Drishyam 3 Nears ₹320 Cr... Arunachal Women’s Panel Chairperson Ca... India Standardises Names of 28 Ladakh...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ବାବୁଙ୍କ ସମ୍ପତ୍ତି ଦେଖି ସମସ୍ତେ ଟେରା, ମିଳିଲା ୧୯ଟି ଦାମୀ ପ୍ଲଟ ସହ ଏହି ସବୁ ଜିନିଷ

✍️ Reporter: Deepak Mahapatra 🗓 13 Oct 2026, 01:18 PM 👁 18
Watch on: 📘 Facebook
Share: 💬 WhatsApp 📘 Facebook 𝕏 Post
Vigilance Raid: ଯାଜପୁର ଧର୍ମଶାଳାର ଅତରିକ୍ତ ବ୍ଲକ ଶିକ୍ଷାଧିକାରୀ ବା ଏବିଇଓ ଜୟଦେବ ଜେନାଙ୍କ ସମ୍ପତ୍ତି ଦେଖି ସମସ୍ତେ ଟେରା। ବାବୁଙ୍କ ଠାରୁ ମିଳିଛି ଅମାପ ସମ୍ପତ୍ତି। ସୁନା ଅଳଙ୍କାର, ରୁପା ଥାଳି, ସୌକିନ ଗ୍ଲାସ ସହ ଭିଜିଲାନ୍ସ ରେଡ ବେଳେ ମିଳିଛି ଏକାଧିକ ପ୍ଲଟ ଓ ଫ୍ଲାଟ।
ବର୍ତ୍ତମାନ ସୁଦ୍ଧା ହୋଇଥିବା ରେଡ୍‌ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରୀ ଜେନାଙ୍କର ୧୯ଟି ମୂଲ୍ୟବାନ ପ୍ଲଟକୁ ଭିଜିଲାନ୍ସ ଟିମ ଠାବ କରିପାରିଛି। ଏଥିସହ ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ଗୋଟିଏ ୩ ମହଲା କୋଠା, ଗଞ୍ଜାମ ପି. ନୂଆଗାଁରେ ଆଉ ଦୁଇଟି ବହୁତଳ କୋଠା ଠାବ ହୋଇଛି।
ଏହାବାଦ ଏବିଇଓ ଜୟଦେବ ଜେନାଙ୍କ ଘରୁ ମିଳିଛି ପୁଳା ପୁଳା ସୁନାଗହଣା। ଏହା ମଧ୍ୟରେ ସୁନା ଚେନ, ମୁଦି, କାନଫୁଲ ଓ ହୀରାର ହାର ରହିଥିବା ଜଣାପଡ଼ିଛି। ଗୋଟିଏ କାର ଓ ୨ଟି ବାଇକ ମଧ୍ୟ ତାଙ୍କ ଠିକଣାରୁ ମିଳିଛି। ଏବେ ଅଧିକାରୀମାନେ ଠାବ ହୋଇଥିବା ବିଲ୍ଡିଂ, ପ୍ଲଟ ଓ ସୁନା ଅଳଙ୍କାର ପ୍ରକୃତ ମୂଲ୍ୟ ଆକଳନ କରୁଛନ୍ତି। ଏହାପରେ ଆୟ ଠାରୁ ବାବୁ କେବେ ଠୁଳ କରିଥିଲେ, ସେକଥା ସ୍ପଷ୍ଟ ହେବ।
ଆଜି ସକାଳୁ ଯାଜପୁର ଧର୍ମଶାଳାର ଏବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ ଆରମ୍ଭ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଜେନାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏପରି ଚଢ଼ଉ ହୋଇଥିଲା।
ଗଞ୍ଜାମ ଜିଲ୍ଲା ବୁରୁଝରିରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ସ୍ଥିତି ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର ସମେତ ଯାଜପୁର ଜାରକାରେ ଥିବା ଭଡ଼ା ଘରେ ଓ ଅଫିସ ଚାମ୍ବରରେ ଭିଜିଲାନ୍ସ ଗୋଟିଏ ସମୟରେ ରେଡ କରିଥିଲା।
ରେଡ୍ ବେଳେ ପ୍ରତିକ୍ରିୟା ରଖି ଏବିଇଓ କହିଥିଲେ ଯେ ଏ ସବୁ ସମ୍ପତ୍ତି ତାଙ୍କ ପତ୍ନୀଙ୍କ ନାଁରେ ଅଛି। ବ୍ୟବସାୟିକ ଉତ୍ସରୁ ସେ ଏସବୁ ଆୟ କରିଛନ୍ତି। ଏବେ ପତ୍ନୀଙ୍କ ବ୍ୟବସାୟର ମଧ୍ୟ ଖୋଳତାଡ଼ ହେବାର ସମ୍ଭାବନା ରହିଛି।
୧୯୬୯ ମସିହା ମେ’ ୫ରେ ଜନ୍ମ ଗ୍ରହଣ କରିଥିବା ଜୟଦେବ ଜେନା ୧୯୮୭ରେ ପ୍ରଥମଥର ପାଇଁ ସରକାରଙ୍କ ଥଇଥାନ ଜୋନରେ ସହାୟକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଛତ୍ରପୁରରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା।
ପ୍ରାରମ୍ଭିକ ଭାବେ ସେ ମାସିକ ୧ ହଜାର ଟଙ୍କା ପାଉଥିଲେ। ଦୀର୍ଘ ବର୍ଷ ଧରି ସହାୟକ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ୨୦୧୪ ମସିହାରେ ସେ ପ୍ରଧାନ ଶିକ୍ଷକ ହୋଇଥିଲେ।
ଛତ୍ରପୁରରେ ସେ ୩ ବର୍ଷ କାମ କରିବା ପରେ ଗଞ୍ଜାମ ଜିଲ୍ଲାରା କେ ବାରିଡା ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲକୁ ସେହି ପ୍ରଧାନ ଶିକ୍ଷକ ଭାବେ ବଦଳି ହୋଇଥିଲେ। ୨୦୨୩ରେ ତାଙ୍କର ବଦଳି ସହାୟକ ବ୍ଲକ ଶିକ୍ଷାଧିକାରୀ ଭାବେ ଗଞ୍ଜାବର ବେଗୁନିଆପଡ଼ାକୁ ହୋଇଥିଲା। ୨୦୨୪ ନଭେମ୍ବର ୩୦ରେ ସେ ଧର୍ମଶାଳା ବ୍ଲକକୁ ଆସିଥିଲେ। ଆଜିର ଭିଜିଲାନ୍ସ ରେଡ ଯାଏ ସେ ସେହି ସ୍ଥାନରେ ରହିଥିଲେ।
📲Get App