🔥 ट्रेंडिंग मंगलूर में हाई कोर्ट बेंच की व्यवहार्य... कर्नाटक के मुख्यमंत्री डीके शिवाकुमार... राजस्थान भाजपा ने 12 जिलों के प्रथम चर... एनडीटीवी से देवीगन पी सीट के चुनाव परि... જામનગરમાં જિયો-બીપીના પેટ્રોલ-ડીઝલના ભ... दिल्ली कोर्ट ने गूगल, व्हाट्सएप, बंबल...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀଙ୍କ ପରେ ଆଖି ବୁଜିଲେ ସ୍ତ୍ରୀ

✍️ रिपोर्टर: Deepak Mahapatra 🗓 12 अक्टू. 2026, 11:20 AM 👁 20
शेयर करें: 💬 WhatsApp 📘 Facebook 𝕏 Post
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କାଲି ସ୍ୱାମୀର ଓ ଆଜି ସ୍ତ୍ରୀର ମୃତ୍ୟୁ ଘଟିଛି । ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଚତରୀସାହି ଗାଁରେ ।
ଯଶିପୁର ଥାନା ଅସନବଣି ଗାଁର ଭଞ୍ଜ ସିର୍କା (୩୫) ସ୍ତ୍ରୀ ବିରାଙ୍ଗ ସିର୍କାଙ୍କ ସହିତ ଗୁରୁବାର ଦିନ ଶ୍ୱଶୁର ଘର ଚତରୀସାହି ଗାଁକୁ ଆସିଥିଲେ । ସେଠାରେ ସେମାନେ ତାଙ୍କ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେଇଥିଲେ ।
ଶୁକ୍ରବାର ଦିନ ପୂରା ପରିବାର ଭୋଜି ଖାଇ ଶୋଇ ଯାଇଥିଲେ । ପର ଦିନ ସକାଳରେ ଏହି ଦମ୍ପତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ସେମାନଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଗତକାଲି ଭଞ୍ଜ ସିର୍କାଙ୍କର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା । ବିରାଙ୍ଗ ସିର୍କାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି । ଦମ୍ପତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
📲Get App