🔥 ट्रेंडिंग જામનગરમાં બાયોમેડિકલ વેસ્ટ જાહેરમાં ફે... शाही माजरा में कूड़े की आग, पुलिस ने म... जमशेदपुर में 17-18 अक्टूबर को होगा गरब... मोहाली के शाही माजरा में कूड़े की आग स... इंडिया गठबंधन मार्च में हरियाणा के 500... बिहार के गोपालगंज में नहर की पटरी पर अ...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଉମରକୋଟରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ପରେ ଛୁରା ମାଡ଼
शिक्षा

ଉମରକୋଟରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ପରେ ଛୁରା ମାଡ଼

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:08 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ଉମରକୋଟରେ କଲେଜ ନିର୍ବାଚନ ପୂର୍ବରୁ ତେଜିଲା ହିଂସା । ପ୍ରଥମେ ଦୁଇ ଅଣ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଆଉ ଜଣେ ଅଣ ଛାତ୍ର ଦୀପ କମଲ ମହାପାତ୍ରଙ୍କ ଉପରେ ଛୁରାମାଡ଼ ହୋଇଥିଲା । ଆହତ ଦୀପ କମଲ ମହାପାତ୍ରଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଡୋଶୀ ରାଜ୍ୟ ବିଶାଖାପାଟଣା ତାଙ୍କୁ ସ୍ଥାନାନ୍ତର କରାଯାଇଛି ।
କଲେଜ ନିର୍ବାଚନ ଚାଲିଥିବା ସମୟରେ କଲେଜ କ୍ୟାମ୍ପସ ବାହାରେ ଗତକାଲି କିଛି ଦୁଇ ଗୋଷ୍ଠୀର ଅଣଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଘଟଣାଟି ସାମୟିକ ଭାବେ ଶାନ୍ତ ହୋଇପଡ଼ିଥିଲା । କିନ୍ତୁ ଆଜି ସକାଳେ ପୁଣି ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।
ଅଭିଯୋଗ ଅନୁସାରେ, ଅଭିଷେକ ପଣ୍ଡା ନାମକ ଯୁବକଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଡିଏନକେ ଠାରେ ଆକ୍ରମଣ କରିଥିଲେ । ଏହାକୁ ନେଇ ଦୀପକମଲ ମହାପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା ଚାଲିଥିଲା । ଏହି ସମୟରେ ପ୍ରାୟ ୩୦ ରୁ ୪୦ ଜଣ ଯୁବକ ଆସି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ।ଏହି ଆକ୍ରମଣରେ ଦୀପକମଲ ମହାପାତ୍ରଙ୍କୁ ଛୁରା ଓ ଭୁଜାଲିରେ ଆକ୍ରମଣ କରାଯାଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତାଙ୍କ ପେଟ ଓ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଗୁରୁତର ଆହତ ଅବସ୍ଥାରେ ଦୀପକମଲ ଙ୍କ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଘଟଣା ପରେ ସହରରେ ତୀବ୍ର ଉତ୍ତେଜନା ଲାଗିରହିଛି । ଆହତ ଦୀପକମଲ ମହାପାତ୍ରଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି ।
ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ଦାଖଲ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣର ପ୍ରକୃତ କାରଣ କଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।
📲Get App