Local
କେଉଁ ଦିନ ପାଳନ କରିବେ ଦଶହରା ? ୨୦ ନା ୨୧ , ଜାଣନ୍ତୁ...
ଏ ବର୍ଷ ଦଶହରା କେଉଁ ଦିନ ପାଳନ ହେବ ? ୨୦ ନା ୨୧ ତାରିଖ । ଦଶହରା ପାଳନକୁ ନେଇ ପୁଣି ଉପୁଜିଛି ଦ୍ୱନ୍ଦ୍ୱ । ଶ୍ରୀମନ୍ଦିରରେ ଆସନ୍ତା ୨୧ ତାରିଖରେ ଦଶହରା ପାଳନ ହେବ। ମା’ ବିମଳାଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ହେବ ପୂଜାର୍ଚ୍ଚନା । ବିମଳାଙ୍କ ପ୍ରତୀକ କାକୁଡ଼ି ଖାଇ ପୀଠରେ ପାଳିତ ହେବ ଦଶହରା। ଏହି ଦିନ ଆୟୁଧ ପୂଜା ସହ ସୁନାବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି।
ଅନ୍ୟପଟେ ଶକ୍ତିପୀଠ ସହ ମୃଣ୍ମୟୀ ମୂର୍ତ୍ତି ପୂଜାସ୍ଥଳରେ ଆସନ୍ତା ୨୦ ତାରିଖରେ ପାଳନ ହେବ ଦଶହରା। ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖ ଥିବାରୁ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଆସନ୍ତା ୧୭ତାରିଖରେ ଶ୍ରୀମନ୍ଦିର ସପ୍ତମୀ, ୧୮ତାରିଖରେ ଅଷ୍ଟମୀ ଓ ୧୯ତାରିଖରେ ନବମୀ, ୨୦ତାରିଖରେ ବିଶ୍ରାମ ନୀତି ହେବ ।