🔥 TRENDING હિંમતનગરમાં અંબિકા મિત્ર મંડળે બાળકોએ... वाराणसी के कैंट थाना में चोरी के दो अभ... ग्रामीण रुग्णालय टोकावडे येथे दसरा निम... Balaghat Dussehra: Ravana effigy ignit... Damoh Well Tragedy: Mother and Two Chi... Harsha Richharia slams Digvijay Singh'...
20 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

କଟକ ବଡ଼ ଡାକ୍ତରଖାନାରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ମାମଲାରେ ୨ ଗିରଫ

✍️ Reporter: Deepak Mahapatra 🗓 12 Oct 2026, 11:24 AM 👁 26
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କୁ ପିଟି ପିଟି ମାରିଦେବା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନେ ହେଲେ ୱାର୍ଡ ଅଟେଣ୍ଡାଣ୍ଟ ଜଗନ୍ନାଥ ରାଓ ଓ ସିକ୍ୟୁରିଟି ଗାର୍ଡ ଦିଲ୍ଲୀପ କୁମାର ପ୍ରଧାନ । ଏନେଇ କଟକ ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଯାହା ଫଳରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ମାଡ ମାରୁଥିବା ଦେଖିବାକୁ ମିଳିଥିଲା । ସେହି ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଗତ ୩୦ ତାରିଖରେ ଯାଜପୁର ରୋଡ୍ ପହଙ୍ଗା ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା ।
ମୃତକଙ୍କ ନାଁ ଶ୍ରୀକାନ୍ତ ଦାସ । ଶ୍ରୀକାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତେଣୁ ସେ ଚିନ୍ତିତ ରହୁଥିଲେ। ବର୍ଷେ ହେଲାଣି ସେ ମଦ ପିଉଥିଲେ। ମଝିରେ ମଝିରେ ସେ ବାଉଳିଚାଉଳି ହେଉଥିଲେ। ଧୀରେ ଧୀରେ ଏହା ବଢ଼ିଥିଲା। ତାଙ୍କ ମାନସିକ ଅବସ୍ଥା ଭଲ ରହୁନଥିବାରୁ ପଡ଼ୋଶୀଙ୍କ ପରାମର୍ଶକ୍ରମେ ପରିବାର ଲୋକେ ତାଙ୍କୁ ସେପ୍ଟେମ୍ୱର ୨୮ ତାରିଖରେ କଟକ ବଡ଼ ଡାକ୍ତରଖାନାର ମାନସିକ ରୋଗ ବିଭାଗକୁ ଆଣିଥିଲେ। ତାଙ୍କୁ ସେଠାରେ ଆଡ୍‌ମିଟ୍ କରାଯାଇଥିଲା।
ସେପ୍ଟେମ୍ୱର ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। କିନ୍ତୁ ରାତିରେ ହଠାତ୍ ସେ ଘରକୁ ପଳାଇବେ ବୋଲି କହିଥିଲେ। ସେ ଡାକ୍ତରଖାନାରେ ରହିବେ ନାହିଁ ବୋଲି କହିଥିଲେ। ତାଙ୍କୁ କେହି ଅଟକାଇ ପାରିବେ ନାହିଁ ବୋଲି କହିଥିଲେ। ଏହା ପରେ ସିକ୍ୟୁରିଟୀ ଗାର୍ଡ ଓ ଆଟେଣ୍ଡାଣ୍ଟମାନେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ତାଙ୍କ ଶରୀର ସାରା ନୋଳା ବସାଇ ଦେଇଥିଲେ। ବେଡ୍‌ରେ ତାଙ୍କ ହାତ, ଗୋଡ଼ ବାନ୍ଧି ଦିଆଯାଇଥିଲା। ପରେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୪ଟା ବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ ତାଙ୍କ ପରିବାର ଲୋକେ। ତାଙ୍କ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ପ୍ରଥମେ ଜାଣିଥିଲେ। ତାଙ୍କ ଭାଇ ଭୋରରେ ତାଙ୍କ ପାଖକୁ ଯାଇଥିବା ବେଳେ ଏହା ଜାଣିବାକୁ ପାଇଥିଲେ।
📲Get App