🔥 TRENDING મહિન્દ્રા સ્કોર્પીયો ગાડીમાંથી ₹૪૧.૮૧... उन्नाव: जंगली जानवर से टकराई बाइक, खंत... શિહોરીમાં અનાજ ગોડાઉન પાસે નંદી મહારાજ... ਜੰਤਰ ਮੰਤਰ 'ਤੇ ਧਰਨਿਆਂ 'ਤੇ ਲੱਗੀ ਰੋਕ: ਦਿੱ... શામળાજી પોલીસ સ્ટેશનના ૬ વર્ષથી ફરાર N... बरौलिया पुल से युवक ने छलांग लगाई, SDR...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଭାଙ୍ଗିଲେ ଶତାଧିକ ଲୋକେ
Local

ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଭାଙ୍ଗିଲେ ଶତାଧିକ ଲୋକେ

✍️ Reporter: Deepak Mahapatra 🗓 12 Oct 2026, 12:30 PM 👁 13
Share: 💬 WhatsApp 📘 Facebook 𝕏 Post
ସୁବର୍ଣ୍ଣପୁର : ପ୍ରଶାସନ ପଦକ୍ଷେପ ନ ନେବାରୁ ସ୍ଥାନୀୟ ଲୋକେ ଭାଙ୍ଗି ଦେଲେ ମଦଭାଟି । ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ଏକ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ପ୍ରତିଷ୍ଠାକୁ କେନ୍ଦ୍ର କରି ସ୍ଥାନୀୟ ମହିଳା ଓ ଗ୍ରାମବାସୀଙ୍କ ଦ୍ଵାରା ତୀବ୍ର ବିରୋଧ ଓ ଭଙ୍ଗାରୁଜା କରାଯାଇଛି।
ଗାଁରେ ମଦ ଭାଟି ଖୋଲିବା ଦ୍ୱାରା ସାମାଜିକ ପରିବେଶ ନଷ୍ଟ ହେଉଥିବା ଏବଂ ପରିବାର ଉଜୁଡ଼ି ଯାଉଥିବା ଅଭିଯୋଗ କରି ପିତାମହୁଲ ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏକାଠି ହୋଇ ଏହି ଆନ୍ଦୋଳନ କରିଛନ୍ତି। ଗାଁ ଲୋକଙ୍କ ଆକ୍ରୋଶ ଏତେ ତୀବ୍ର ଥିଲା ଯେ, ସେମାନେ ଉତ୍ତ୍ୟକ୍ତ ହୋଇ ନବନିର୍ମିତ ଲାଇସେନ୍ସପ୍ରାପ୍ତ ମଦ ଭାଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର କରିଦେଇଛନ୍ତି।
ଗ୍ରାମବାସୀମାନେ ଏହି ମଦ ଭାଟିର ଲାଇସେନ୍ସ ତୁରନ୍ତ ରଦ୍ଦ କରିବା ସହିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁବଳୟା ଥାନା ପୋଲିସ ଏବଂ ଅବକାରୀ ବିଭାଗ ସ୍ଥିତି ଉପରେ ନଜର ରଖିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।
ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି।
📲Get App