🔥 TRENDING mathura मथुरा में संस्कृति विश्वविद्या... दिल्ली के जंतर-मंतर पर विरोध प्रदर्शन... Sai Sudharsan Leaves Ranji Trophy Matc... ସିଜେପି ଆନ୍ଦୋଳନ “ଫ୍ଲପ୍ ଶୋ”: ସାଂସଦ ସମ୍ବି... भागलपुर में भीषण जाम: यातायात व्यवस्था... Karni Mata Temple Hosts Late-Morning G...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ରାସ୍ତା ଉପରେ ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼

✍️ Reporter: Deepak Mahapatra 🗓 12 Oct 2026, 11:54 AM 👁 11
Share: 💬 WhatsApp 📘 Facebook 𝕏 Post
ପୁରୀର ଚନ୍ଦନପୁର ଅଞ୍ଚକରେ ଅଭାବନୀୟ ଘଟଣା । ରାସ୍ତା ଉପରେ ଜଣେ ଯୁବକଙ୍କୁ ଉଲଗ୍ନ କରି ସଂଘବଦ୍ଧ ଭାବେ ନିସ୍ତୁତ ମାଡ଼ । ଯାହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ । ଚନ୍ଦନପୁର ଥାନା ନିକଟରେ ଜଳକବର ଛକରେ ଘଟିଛି ଏଭଳି ଘଟଣା।
ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୁବକ ଜଣଙ୍କ ଅସଦାଚରଣ କରିଥିବାର ଅଭିଯୋଗ ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡିଓ କରି ବର୍ତ୍ତମାନ ସେମାନେ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି । ଖବର ପାଇ ଘଟଣାସ୍ଥଳକୁ ଚନ୍ଦନପୁର ପହଞ୍ଚିଥିଲା । ପରେ ଭିଡ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା ।
ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଚନ୍ଦନପୁର ଥାନା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।
📲Get App