🔥 ट्रेंडिंग જામનગરમાં બાયોમેડિકલ વેસ્ટ જાહેરમાં ફે... शाही माजरा में कूड़े की आग, पुलिस ने म... जमशेदपुर में 17-18 अक्टूबर को होगा गरब... मोहाली के शाही माजरा में कूड़े की आग स... इंडिया गठबंधन मार्च में हरियाणा के 500... बिहार के गोपालगंज में नहर की पटरी पर अ...
12 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ପଦାପଡ଼ିଆରେ କ୍ୟାମ୍ପେନିଂ ବେଳେ ବିଜେବି କଲେଜ ସଭାପତି ପ୍ରାର୍ଥୀଙ୍କୁ ଆକ୍ରମଣ

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:18 PM 👁 24
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ସଭାପତି ପ୍ରାର୍ଥୀ ହୋଇଥିବା ଆର୍ୟନଙ୍କ ଉପରକୁ ପିପିଲିରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ରବିବାର ପିପିଲି ଥାନା ଅନ୍ତର୍ଗତ ପଦାପଦିଆଠାରେ ଏହି ଆକ୍ରମଣ ଘଟିଛି। ସଭାପତି ପ୍ରାର୍ଥୀ ଆର୍ୟନ ଓ ତାଙ୍କ ସହଯୋଗୀମାନେ ପିପିଲି ଅଞ୍ଚଳରେ ନିର୍ବାଚନ ପ୍ରଚାର ସାରି ଏକ ଭୋଜିରେ ଯୋଗ ଦେଇଥିଲେ। ସେହି ସମୟରେ ପିପିଲିରେ ରହୁଥିବା ବିଜେବି କଲେଜର ଜଣେ ଛାତ୍ର ୫ ରୁ ୬ ଜଣ ଦୁର୍ବୃତ୍ତଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ଚି ଗୋଷ୍ଠୀ ସଂଘର୍ଷ ଘଟାଇବା ସହ ଆର୍ୟନଙ୍କୁ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ଆର୍ୟନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଫେରାର ଥିବା ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ଗଠନ କରି ଖୋଜାଖୋଜି ଚଳାଇଛି।
📲Get App