🔥 TRENDING મહિન્દ્રા સ્કોર્પીયો ગાડીમાંથી ₹૪૧.૮૧... उन्नाव: जंगली जानवर से टकराई बाइक, खंत... શિહોરીમાં અનાજ ગોડાઉન પાસે નંદી મહારાજ... ਜੰਤਰ ਮੰਤਰ 'ਤੇ ਧਰਨਿਆਂ 'ਤੇ ਲੱਗੀ ਰੋਕ: ਦਿੱ... શામળાજી પોલીસ સ્ટેશનના ૬ વર્ષથી ફરાર N... बरौलिया पुल से युवक ने छलांग लगाई, SDR...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ବେଆଇନ ବାଣ ଗୋଦାମରେ ରେଡ୍‌ , ପ୍ରଚୁର ବାଣ ଓ ବାରୁଦ ଜବତ

✍️ Reporter: Deepak Mahapatra 🗓 12 Oct 2026, 12:30 PM 👁 24
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଜଗତସିଂହପୁର : ବେଆଇନ ବାଣ ଗୋଦାମରେ ଅଚାନକ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ। ଜଗତସିଂହପୁର ସିଙ୍ଗିପୁରଠାରେ ଏକ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଆଗକୁ ଆସୁଥିବା ପାର୍ବଣ ଓ ଦୀପାବଳି ଋତୁକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସ୍ଥାନୀୟ ପୋଲିସ ଗୁପ୍ତ ସୂଚନା ଆଧାରରେ ସିଙ୍ଗିପୁର ଅଞ୍ଚଳରେ ଥିବା ଏହି ବେଆଇନ ଗୋଦାମ ଉପରେ ହଠାତ୍ ଚଢ଼ାଉ କରିଥିଲା। ବିନା ବୈଧ ଲାଇସେନ୍ସ କିମ୍ବା ଅନୁମତିରେ ଗଚ୍ଛିତ ରଖାଯାଇଥିବା ହଜାର ହଜାର ଟଙ୍କାର ବିପଦଜନକ ଓ ବେଆଇନ ବାଣ ପୋଲିସ ଦ୍ୱାରା ସିଜ୍ କରାଯାଇଛି। ଅଘଟଣକୁ ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୋଲିସ ପକ୍ଷରୁ ଏଭଳି ବେଆଇନ ବାଣ କାରବାର ବିରୋଧରେ ଅଭିଯାନ ଜାରି ରହିଛି। ଘଟଣାସ୍ଥଳରେ ଜଗତସିଂହପୁର ଏସ୍‌ପି ପହଞ୍ଚି କରୁଛନ୍ତି ଅନୁଧ୍ୟାନ କରିଛନ୍ତି।
📲Get App