🔥 TRENDING Bihar CM Samrat Chaudhary orders polic... Bihar CM Samrat Chaudhary calls NDA Le... Rainfall deficit of up to 59% in 12 Ma... Rajasthan scrubs educational qualifica... સુરતમાં નાગરિકે જન્મદિવસની અનોખી રીતે... विकलांग दम्पति से 1.84 लाख की धोखाधड़ी...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ଆଉ ୧୦୦କୋଟି ଟଙ୍କା
Local

ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ଆଉ ୧୦୦କୋଟି ଟଙ୍କା

✍️ Reporter: Deepak Mahapatra 🗓 09 Oct 2026, 12:25 PM 👁 21
Share: 💬 WhatsApp 📘 Facebook 𝕏 Post
ଅବଢ଼ା ଯୋଜନା ଅଧୀନରେ ପୁରୀ ଶ୍ରୀକ୍ଷେତ୍ରରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ଆଉ ୧୦୦.୮୩କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିବା ସହ ଶ୍ରୀଜଗନ୍ନାଥଙ୍କ ଧାମର ବିକାଶ ପାଇଁ ଅର୍ଥ କେବେବି ପ୍ରତିବନ୍ଧକ ସାଜିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମର ସାମଗ୍ରିକ ରୂପାନ୍ତରଣ ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ଆଉ ୧୦୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅବଢ଼ା ଯୋଜନା ଅଧୀନରେ ପୁରୀ ଶ୍ରୀକ୍ଷେତ୍ରରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ଆଉ ୧୦୦.୮୩କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମର ବିକାଶ ପାଇଁ ଅର୍ଥ କେବେବି ପ୍ରତିବନ୍ଧକ ସାଜିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।ଏହି ବର୍ଦ୍ଧିତ ଅନୁଦାନ ଫଳରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପେ୍ଲକ୍ସ, ଶ୍ରୀସେୁତ ଓ ମୁସା ନଦୀ ସମ୍ପ୍ରସାରଣ ଭଳି ମେଗା ପ୍ରକଳ୍ପର ମୋଟ ବଜେଟ୍ ପରିମାଣ ଏବେ ୫୫୭.୧୯କୋଟି ଟଙ୍କାରୁ ୬୫୮.୦୩କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ପୁରୀକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପର ପରିସରକୁ ଆହୁରି ବ୍ୟାପକ କରାଯାଇଛି। ବିଶେଷକରି ଜଗନ୍ନାଥବଲ୍ଲଭ ପିଲଗ୍ରିମ୍ ସେଂଟରର ପଂଚମ ମହଲାରେ ଏକ ଅତ୍ୟାଧୁନିକ ୨ହଜାର ଆସନ ବିଶିଷ୍ଟ ମଲଟି ପର୍ପଜ ହଲ୍ ନିର୍ମାଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଅନ୍ୟାନ୍ୟ ନିର୍ମାଣଜନିତ ଆବଶ୍ୟଖତାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସଂଶୋଧିତ ବଜେଟ ଅନୁମୋଦନ କରି ଭିତ୍ତିଭୂମି ବିକାଶକୁ ଅଧିକ ଗତିଶୀଳ କରାଇଛନ୍ତି।
ଉଲ୍ଲେଖଯୋଗ୍ୟ,୨୦୨୦ ଡିସେମ୍ବର ମାସରେ ତତକାଳୀନ ବିଜେଡି ସରକାର ଏହି ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଅବଢ଼ା ଯୋଜନାରେ ୫୫୭.୧୯କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଥିଲେ।
📲Get App