🔥 TRENDING ઉના નજીક કારની ટક્કરથી બે વિદ્યાર્થિની... चुनाव आयोग के खिलाफ विपक्ष का प्रदर्शन... दुर्गा पूजा की भव्य और सुरक्षित तैयारि... Chhattisgarh High Court Upholds Divorc... Raipur Employment Fair Selections: 5,0... Jadeja Selected for Saurashtra Squad A...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ମହିଳା! ଶାଶୁଘର ବିରୋଧରେ ହତ୍ୟା ଅଭିଯୋଗ

✍️ Reporter: Deepak Mahapatra 🗓 09 Oct 2026, 12:40 PM 👁 23
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଯୌତୁକ ପାଇଁ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବହର୍ଦ୍ଦାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ରଞ୍ଜିତା ସାମଲ। ତାଙ୍କ ସ୍ୱାମୀଙ୍କ ନାଁ ସୂର୍ଯ୍ୟକାନ୍ତ ସାମଲ।
ରଞ୍ଜିତାଙ୍କ ବାପ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କାସିଡ଼ିହା ଗାଁରେ। ତାଙ୍କ ବାପାଙ୍କ ନାଁ ନିତ୍ୟାନନ୍ଦ ବାରିକ। ୫ ବର୍ଷ ତଳେ ସୂର୍ଯ୍ୟକାନ୍ତଙ୍କୁ ପ୍ରେମ ବିବାହ କରିଥିଲେ ରଞ୍ଜିତା। କୋର୍ଟରେ ସେମାନଙ୍କ ବିବାହ ହୋଇଥିଲା। ସେମାନଙ୍କର ଏକ ସନ୍ତାନ ମଧ୍ୟ ଅଛନ୍ତି।
ରଞ୍ଜିତାଙ୍କ ବାପାମା’ ଓ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ବାହାଘରର କିଛି ଦିନ ପରଠୁ ତାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଶ୍ୱର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ସେମାନେ (ବାପ ଘର ଲୋକେ) ସାଧ୍ୟମତେ ତାଙ୍କୁ ସୁନାଗହଣା ଓ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ। ତେବେ ପଲଙ୍କ ଦେଇ ନଥିଲେ। ପଲଙ୍କ ଆଣିବା ପାଇଁ ସୂର୍ଯ୍ୟକାନ୍ତ ସବୁବେଳେ ରଞ୍ଜିତାଙ୍କୁ କଟୁ କଥା କହୁଥିଲେ। ଏହା ସହିତ ମାସକୁ ଲକ୍ଷେ ଟଙ୍କା ବାପ ଘରୁ ମାଗି ଆଣିବାକୁ କହୁଥିଲେ। ଏମିତିକି ତାଙ୍କ ବାପଘର ଲୋକେ ସବୁ ଶସ୍ତା ଜିନିଷ ଦେଇଥିବା କହି ସେ ପିଟାମରା କରୁଥିଲେ। ରଞ୍ଜିତା ଏ ସଂପର୍କରେ ତାଙ୍କ ଘର ଲୋକଙ୍କୁ କହିଥିଲେ।
ସୂର୍ଯ୍ୟକାନ୍ତଙ୍କ ବାପାମା’ ହ୍ରାଇଦ୍ରାବଦରେ ରହୁଛନ୍ତି। ରଞ୍ଜିତା ବାହା ହୋଇ ସେଠାକୁ ଯାଇଥିବା ବେଳେ ସେମାନେ ତାଙ୍କୁ ନିର୍ଯାତନା ଦେଇଥିଲେ। ସେଠାରୁ ଫେରି ସେମାନେ ଗାଁରେ ରହୁଥିବା ବେଳେ ମଧ୍ୟ ରଞ୍ଜିତାଙ୍କୁ ନିର୍ଯାତନା ଦେଉଥିଲେ। ତାଙ୍କ ଶାଶୁଶ୍ୱଶର ପୁଣି ହାଇଦ୍ରାବାଦ ପଳେଇଥିବା ବେଳେ ଗାଁରେ ରଞ୍ଜିତା ତାଙ୍କ ସ୍ୱାମୀ ଓ ସନ୍ତାନ ସହିତ ରହୁଥିଲେ। ସୂର୍ଯ୍ୟକାନ୍ତ ସବୁ ଦିନେ ମଦ ପିଇ ଘରକୁ ଆସୁଥିଲେ ଓ ତାଙ୍କୁ ମାରପିଟ କରୁଥିଲେ।
ରଞ୍ଜିତାଙ୍କର ଜଣେ ପଡ଼ୋଶୀ ତାଙ୍କ ବାପଘର ଲୋକଙ୍କୁ ଫୋନ୍ କରି ସେ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ପରିବାର ଲୋକେ ଖବର ପାଇ କମର୍ଦ୍ଦା ଡାକ୍ତରଖାନାରେ ପହଞ୍ଚିଥିଲେ। କାରଣ ରଞ୍ଜିତାଙ୍କୁ ତାଙ୍କ ସ୍ୱାମୀ ସେଠାକୁ ନେଇ ଯାଇଥିଲେ। କିନ୍ତୁ ରଞ୍ଜିତାଙ୍କ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସେ ସେଠାରେ ନଥିଲେ।
ରଞ୍ଜିତାଙ୍କ ବାପଘର ଲୋକେ ଏହି ଘଟଣା ନେଇ କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।ତେବେ ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
📲Get App