🔥 TRENDING Delhi Police Refuse Permission for CJP... Delhi Police Issues Open Letter Urging... नरहरपुर में हत्या के मामले में अदालत न... Bihar CM Samrat Chaudhary orders polic... Bihar CM Samrat Chaudhary calls NDA Le... Rainfall deficit of up to 59% in 12 Ma...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଘରେ ବାଣ ବିସ୍ଫୋରଣ: ବାପପୁଅଙ୍କ ମୃତ୍ୟୁ, ୫ ଗୁରୁତର

✍️ Reporter: Deepak Mahapatra 🗓 09 Oct 2026, 12:32 PM 👁 17
Share: 💬 WhatsApp 📘 Facebook 𝕏 Post
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଚାନ୍ଦପୁର ଗାଁରେ ଗୁରୁବାର ଅପରାହ୍ନରେ ଘଟିଥିବା ବାଣ ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ବାପା ପରେ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ମନୋରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ।
ମନୋରଞ୍ଜନଙ୍କ ଘରେ ବାଣ ଭିଡ଼ା ଯାଉଥିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏଥିରେ ତାଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘରର କାନ୍ଥ ଫାଟି ଯାଇଛି। ଘଟଣାସ୍ଥଳରେ ମନୋରଞ୍ଜନଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟ ସାହିଲ ସ୍ୱାଇଁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହି ଘଟଣାରେ ଆହୁରି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଅଛନ୍ତି। ତାଙ୍କ ନାଁ ରାହୁଲରାଜ ମହନ୍ତ। ଏହି ଗୁରୁତର ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପୁଲିସ ଘଟଣାର ତଦନ୍ତ କରୁଛି।
📲Get App