🔥 TRENDING Karnataka CM Shivakumar Urges Minister... Vande Bharat Express to Link Bengaluru... Priyank Kharge urges RSS to approve Vi... Lawrence Bishnoi jailed as shadow cabi... Government Orders Fixed Airline Fares... બગોદરા ગામની નજીક પુલ પર ફોર વ્હીલ વાહ...
21 Oct 2026•
ગુજરાતી मराठी ਪੰਜਾਬੀ বাংলা
ଆୟ ବହିର୍ଭୂତ ସମ୍ପତ୍ତି ମାମଲା; ଯନ୍ତ୍ରୀଙ୍କ ଠାରୁ ପ୍ରାୟ ୪ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ, ସହଯୋଗୀଙ୍କ ସହ ଗଲେ ଜେଲ
Crime

ଆୟ ବହିର୍ଭୂତ ସମ୍ପତ୍ତି ମାମଲା; ଯନ୍ତ୍ରୀଙ୍କ ଠାରୁ ପ୍ରାୟ ୪ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ, ସହଯୋଗୀଙ୍କ ସହ ଗଲେ ଜେଲ

✍️ Reporter: Deepak Mahapatra 🗓 08 Oct 2026, 01:10 PM 👁 39
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ ପୂର୍ତ୍ତ ବିଭାଗ ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ଅରବିନ୍ଦ ମହାନ୍ତି ଓ ତାଙ୍କ ସହଯୋଗୀ ଠିକାଦାର ବିଶ୍ୱନାଥ ପାଲ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଉଭୟଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବା ପରେ ଅଦାଲତ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ଭିଜିଲାନ୍ସର ଚଢ଼ାଉ ବେଳେ ଅରବିନ୍ଦ ମହାନ୍ତିଙ୍କ ନାମରେ ପ୍ରାୟ ୪ କୋଟି ୭୩ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାସ୍ତା ନିର୍ମାଣ ସମେତ ବିଭାଗୀୟ କାର୍ଯ୍ୟରେ ଅନିୟମିତତା ଏବଂ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଅରବିନ୍ଦ ମହାନ୍ତିଙ୍କ ବିରୋଧରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ତାଙ୍କର ଆୟ ସହ ସମ୍ପତ୍ତିର ତୁଳନା କରାଯିବା ପରେ, ଆୟଠାରୁ ୩୦୦ ପ୍ରତିଶତରୁ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଚଢ଼ାଉ ପରେ ମିଳିଥିବା ସମ୍ପତ୍ତିର ହିସାବ କରାଯାଇ ମୋଟ ପ୍ରାୟ ୪ କୋଟି ୭୩ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଚିହ୍ନଟ ହୋଇଥିବା ବିଭାଗ ସୂଚନା ଦେଇଛି । ଏହି ମାମଲାରେ ଅରବିନ୍ଦ ମହାନ୍ତିଙ୍କ ସହଯୋଗୀ ବିଶ୍ୱନାଥ ପାଲଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି ।
📲Get App