🔥 TRENDING બોલિવૂડના દિગ્ગજ અભિનેતા નાના પાટેકરનુ... विष्णुपद मंदिर में पितृपक्ष की तैयारी... चंडी के आभूषण से भरा बैग लूटने की वारद... कटनी: जर्जर भवन पर चला प्रशासन का बुलड... બનાસકાંઠા પોલીસે રાજસ્થાનથી આવતા ૯.૭૧... India, Kazakhstan Review Bilateral Tie...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
୧୩ଟି ବିଶ୍ବବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ, ଆଉ ୩ଟି ବିଶ୍ବବିଦ୍ୟାଳୟରେ ହେବନି ନିର୍ବାଚନ , ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା
Education

୧୩ଟି ବିଶ୍ବବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ, ଆଉ ୩ଟି ବିଶ୍ବବିଦ୍ୟାଳୟରେ ହେବନି ନିର୍ବାଚନ , ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା

✍️ Reporter: Deepak Mahapatra 🗓 08 Oct 2026, 01:28 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ପକ୍ଷରୁ ବୁଧବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଶ୍ୱବିଦ୍ୟାଳୟରେ କୌଣସି ସିଧାସଳଖ ଭୋଟ ଗ୍ରହଣ କରାନଯାଇ କେବଳ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ନେତା ବଛାଯିବେ।
ନିର୍ବାଚନ ହେବାକୁ ନଥିବା ସେହି ୩ଟି ବିଶ୍ୱବିଦ୍ୟାଳୟ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟ (ସତ୍ୟବାଦୀ, ପୁରୀ), ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ (ପୁରୀ), ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ସମ୍ବଲପୁର) । ଏହି କ୍ୟାମ୍ପସଗୁଡ଼ିକରେ ପ୍ରତ୍ୟକ୍ଷ ଭୋଟ ବଦଳରେ ପୂର୍ବପରି କ୍ଲାସ୍ ପ୍ରତିନିଧି (CR) କିମ୍ବା ମେରିଟ୍ ଆଧାରରେ ଛାତ୍ର ନେତା ଚୟନ କରାଯିବ।
ବିଶ୍ୱବିଦ୍ୟାଳୟ ବ୍ୟତୀତ ରାଜ୍ୟର ପ୍ରାୟ ୩୨୮ଟି କଲେଜରେ ନିର୍ବାଚନ ହେବାକୁ ଥିବାବେଳେ ୨୦୨ଟି କଲେଜରେ ମଧ୍ୟ ଏହି ଚୟନ ପ୍ରକ୍ରିୟା ହେବ ।
📲Get App