🔥 ट्रेंडिंग कर्नाटक के मुख्यमंत्री शिवाकुमार ने मं... बेंगलुरु‑मुंबई वैंडे भारत एक्सप्रेस से... प्रियांक खरगे ने आरएसएस से २५ अक्टूबर... लॉरेंस बिश्नो जेल में, गैंग का संचालन... आपातकाल में सरकार ने हवाई किराए तय किए બગોદરા ગામની નજીક પુલ પર ફોર વ્હીલ વાહ...
21 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଶାରଦୀୟ ପାର୍ବଣରେ ଭକ୍ତିମୟ କାକଟପୁର; ମା’ ମଙ୍ଗଳା ପୀଠରେ ଚାଲିଛି ସ୍ୱତନ୍ତ୍ର ଚଣ୍ଡିପାଠ
स्थानीय

ଶାରଦୀୟ ପାର୍ବଣରେ ଭକ୍ତିମୟ କାକଟପୁର; ମା’ ମଙ୍ଗଳା ପୀଠରେ ଚାଲିଛି ସ୍ୱତନ୍ତ୍ର ଚଣ୍ଡିପାଠ

✍️ रिपोर्टर: Deepak Mahapatra 🗓 08 अक्टू. 2026, 01:25 PM 👁 38
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
କାକଟପୁର: ଶାରଦୀୟ ପାର୍ବଣ ପାଇଁ ଚଳଚଞ୍ଚଳ ହୋଇଉଠିଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ। ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ଏହାସହ ଶାରଦୀୟ ପାର୍ବଣରେ ମା’ଙ୍କ ପୀଠରେ ହେଉଥିବା ସ୍ୱତନ୍ତ୍ର ଚଣ୍ଡିପାଠ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।
ପରମ୍ପରା ଅନୁଯାୟୀ, ଏଥିପାଇଁ ସ୍ୱତନ୍ତ୍ର ପୁରୋହିତ ସଙ୍କଳ୍ପିତ ହୋଇଥାନ୍ତି। ପ୍ରତିଦିନ ସକାଳଧୂପ ନୀତି ସମାପନ ପରେ ଆରମ୍ଭ ହୁଏ ଚଣ୍ଡିପାଠ। ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଓ ଚଣ୍ଡିପାଠରେ ପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି।
ଶାରଦୀୟ ପାର୍ବଣରେ ମା’ ମଙ୍ଗଳାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି। ମା’ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁସାରେ ପୂଜା ଚାଲିଥିବା ବେଳେ ଚଣ୍ଡିପାଠ ପାର୍ବଣର ଆଧ୍ୟାତ୍ମିକ ମାହୋଲକୁ ଆହୁରି ଭକ୍ତିମୟ କରିଛି।
📲Get App