स्थानीय
ବୁଢ଼ାବଳଙ୍ଗ ନଦୀର ବାଲିରୁ ମିଳୁଛି ସୁନା!
ବାରିପଦା ସହର ଉପକଣ୍ଠ ଶାମାଖୁଣ୍ଟା ବ୍ଲକ୍ ସିନ୍ଦୂରଗୌରୀ ପଞ୍ଚାୟତର ଗୁମୁଡ଼ି ଗ୍ରାମ ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀର ବାଲିରୁ ସୁନା ମିଳୁଥିବା କୁହାଯାଉଛି। ମାସେରୁ ଅଧିକ ଦିନ ହେଲାଣି ପ୍ରାୟ ଶହେ/ଦେଢ଼ ଶହ ଲୋକ ସକାଳୁ ସଞ୍ଜ ଯାଏ ବାଲି ଛାଣି ସୁନା କଣିକା ସଂଗ୍ରହ କରୁଥିବା କୁହଯାଉଛି। କିନ୍ତୁ ଏଥିରେ କିଛି ସ୍ପଷ୍ଟତା ଆସିନାହିଁ। ସ୍ଥାନୀୟ ଲୋକେ ଏହାକୁ ମିଛ କହୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କହିଛି ଯେ ସେମାନେ ଦୁଇ ତିନି ଦିନ ହେବ ଏ ବିଷୟରେ ଜାଣିବାକୁ ପାଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପଦକ୍ଷେପ ନିଆଯିବ।
ସକାଳ ହେଲେ ଗୁମୁଡ଼ି ଗାଁରେ ବୁଢ଼ାବଳଙ୍ଗ ନଦୀରେ ପହଞ୍ଚି ଯାଉଛନ୍ତି ୧୦୦/୧୫୦ ଲୋକ। ସେମାନେ ସମସ୍ତେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ସେମାନେ ସମସ୍ତେ ଶ୍ରମିକ ଶ୍ରେଣୀର। ସକାଳୁ ୯/୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ନଦୀରେ ବାଲି ଛାଣୁଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ କହିବା ଅନୁସାରେ ପ୍ରଥମେ ଗୋଟିଏ/ଦୁଇଟି ଗାଡ଼ିରେ ଲୋକେ ଆସି ବାଲି ଛାଣୁଥିଲେ। କିନ୍ତୁ ଧୀରେ ଧୀରେ ଗାଡ଼ି ସଂଖ୍ୟା ବଢ଼ିବାକୁ ଲାଗିଲାଣି। ପ୍ରତିଦିନ ୬/୭ରୁ ଅଧିକ ଗାଡ଼ି ଏଠାକୁ ଶ୍ରମିକମାନଙ୍କୁ ନେଇ ଆସୁଛନ୍ତି। ସେମାନେ ଏହି ଆଖପାଖ ଅଞ୍ଚଳର ନୁହନ୍ତି। ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଥରେ ପଚାରିବାରେ କିଛି ଲୋକ କହିଥିଲେ ଯେ ସେମାନେ ସାରସକଣା ଅଞ୍ଚଳର। ସେମାନେ ସୁନା ପାଉଥିବେ। ନହେଲେ ଦିନକୁ ଦିନ ସେମାନଙ୍କ ସଂଖ୍ୟା କାହିଁକି ବଢୁଛି? ଧୀରେ ଧୀରେ ସ୍ଥାନୀୟ ଲୋକେ ଏହି କାର୍ଯ୍ୟକଳାପକୁ ବିରୋଧ କଲେଣି। ଆଗକୁ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହୋଇପାରେ। ତେଣୁ ଏନେଇ ସଦର ଥାନା ପୁଲିସକୁ ଅବଗତ କରାଯାଇଛି। ପୁଲିସ୍ ଯାଞ୍ଚ କରିବାକୁ ଯାଇଥିଲା। କିନ୍ତୁ ସେଦିନ କେହି ସେଠାକୁ ଆସି ନଥିଲେ।
ଏହି କାର୍ଯ୍ୟ କୌଣସି ଅନ୍ତଃରାଜ୍ୟ ରାକେଟ୍ର କାର୍ଯ୍ୟ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆଉ କେତେକ ସ୍ଥାନୀୟ ଲୋକଙ୍କ କହିବା କଥା ଏହା ସଂପୂର୍ଣ୍ଣ ମିଛ କଥା। ସେହି ଲୋକମାନେ ନଦୀ ବାଲିକୁ ଛାଣୁଛନ୍ତି। ତେଣୁ ସୁନା ବାହାରୁଥିବା କୁହାଯାଉଛି। କିନ୍ତୁ କେହି କେବେ ସୁନା ଦେଖି ନାହିଁ। ତେଣୁ କେବଳ ସୁନା ପାଇବା ଆଶାରେ ହିଁ ସେହି ଲୋକମାନେ ସେଠାକୁ ଆସି ବାଲି ଛାଣୁଛନ୍ତି। ତେଣୁ ସେହି ଶ୍ରମିକମାନେ କେଉଁଠାରୁ ଆସୁଛନ୍ତି, ସେମାନଙ୍କୁ କିଏ ଆଣୁଛନ୍ତି ଓ ସେମାନେ ସତରେ ସୁନା କଣିକା ସଂଗ୍ରହ କରୁଛନ୍ତି ନା ନାହିଁ ତା’ର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହୋଇଛି। ତା’ସହିତ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ଉଚିତ ବୋଲି ସେମାନେ ଦାବି କରିଛନ୍ତି।
ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି ଯେ ପ୍ରଶାସନ ଏ ବିଷୟରେ ଅବଗତ ଅଛନ୍ତି। ସ୍ଥାନୀୟ ତହସିଲଦାର ମଧ୍ୟ ଏ କଥା ଜାଣିଛନ୍ତି। ଦୁଇ ତିନି ଦିନ ହେବ ଆମେ ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଛୁ। ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।