देश
ବିଜେପି ଭେଟେରାନ୍ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ବାସଭବନ ଯାଇ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଭାବରେ ସଫଳତାର ସହ ୨୫ ବର୍ଷ ଜନସେବା ପୂରଣ କରିବା ଅବସରରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି।
୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ଆଜି ଶାସନ ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ତେଣୁ ଏହି ବିଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀସ୍ଥିତ ଆଡ଼ଭାନୀଙ୍କ ବାସଭବନକୁ ଯାଇ ତାଙ୍କର ଆଶୀର୍ବାଦ ନେଇଛନ୍ତି।
ଆଡଭାନୀଙ୍କୁ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ 'X' ମାଧ୍ୟମରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ଜାତୀୟ ଜୀବନ ପ୍ରତି ଏବଂ ଦେଶର ପ୍ରଗତିକୁ ମଜବୁତ କରିବାରେ ଆଡ଼ଭାନୀ ଜୀଙ୍କ ଦଶନ୍ଧି ଦଶନ୍ଧିର ଜନସେବା ଏବଂ ଅବଦାନ ସଦା ସ୍ମରଣୀୟ।
ଫଟୋରେ ମୋଦି ଆଡଭାନୀଙ୍କ ସହ କଥା ହେଉଥିବା ବେଳେ ତାଙ୍କ ହାତ ଉପରେ ହାତ ରଖିଥିବା ଦେଖାଯାଇଛି । ଏହା ପୂର୍ବରୁ ୨୫ ବର୍ଷର ରାଜନୈତିକ ଯାତ୍ରା ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ସରୋଜିନୀ ନଗରସ୍ଥିତ ଶ୍ରୀ ବିନାୟକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି ସେବା ସଂକଳ୍ପ ଅଭିଯାନ ସପ୍ତାହ ଉପଲକ୍ଷେ ସାରା ଦେଶରେ ବିଜେପି ପକ୍ଷରୁ 'ସେବା ସଂକଳ୍ପ ଅଭିଯାନ' ଏବଂ 'ବିକଶିତ ଭାରତ ସଂକଳ୍ପ ସଭା'ର ଆୟୋଜନ କରାଯାଇଛି ।