🔥 ट्रेंडिंग कर्नाटक के मुख्यमंत्री शिवाकुमार ने मं... बेंगलुरु‑मुंबई वैंडे भारत एक्सप्रेस से... प्रियांक खरगे ने आरएसएस से २५ अक्टूबर... लॉरेंस बिश्नो जेल में, गैंग का संचालन... आपातकाल में सरकार ने हवाई किराए तय किए બગોદરા ગામની નજીક પુલ પર ફોર વ્હીલ વાહ...
21 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ
राजनीति

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

✍️ रिपोर्टर: Deepak Mahapatra 🗓 08 अक्टू. 2026, 01:12 PM 👁 36
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ । ୪ ଦଫା ଦାବି ନେଇ ସେମାନଙ୍କ ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ । MMDR ବିଲ୍ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି ସହ ବହିତ୍ରୁଟିକୁ ନେଇ ବନ୍ଦ ପାଳନ କରାଯାଉଛି ।
MMDR ଆଇନ୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତ୍ରୁଟି ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ହସ୍ପିଟାଲ, ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଆମ୍ବୁଲାନସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ଅନ୍ୟାନ୍ୟ ଜରୁରୀ ସେବା ଓ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ବାଧା ଦିଆଯିବ ନାହିଁ।
ତେବେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ପାଇଁ ଅପିଲ୍ କରିଛି କଂଗ୍ରେସ। ଏପଟେ ବିରୋଧୀଙ୍କ ବନ୍ଦ ଡାକରାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମର୍ଥନ ଜଣାଇନି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ଅଟୋ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନିଖିଳ ଉତ୍କଳ ଅଟୋ ଚାଳକ ସଂଘର ସାଧାରଣ ସମ୍ପାଦକ।
ଭୁବନେଶ୍ୱରରେ ଓଡ଼ିଶା ବନ୍ଦ୍‌ର ପ୍ରଭାବ ଅନୁଭୂତ ହୋଇଛି । ସକାଳୁ ସକାଳୁ ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ପିକେଟିଂ କରାଯାଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରାଯାଇଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗଡୁନି ବସ୍‌ । ଫଳରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ବନ୍ଦ ବେଳେ ପୁଲିସ ଛାଉଣୀରେ ରହିଛି ଲୋକସେବା ଭବନ । ମୁଖ୍ୟ ଫାଟକ ସହ ଅନ୍ୟ ସବୁ ଗେଟରେ ପୁଲିସ କଡାକଡି ଚେକିଙ୍ଗ କରୁଛି । ବନ୍ଦର ପ୍ରଭାବକୁ ଦେଖି କିଛି କର୍ମଚାରୀ ଆଗୁଆ ଲୋକସେବା ଭବନ ଭିତରେ ପ୍ରବେଶ କରୁଛନ୍ତି। ବନ୍ଦ ସ୍ଥାନମାନଙ୍କରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର କଡା ନଜର ରହିଛି ।
ସେହିପରି କଟକ ନେତାଜୀ ବସ୍ ଟର୍ମିନାଲ୍‌ରୁ ଗଡୁନି ବସ୍‌ । ଫଳରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।
୧୨ ଘଣ୍ଟିଆ ବନ୍ଦର ପ୍ରଭାବ ରାୟଗଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । ଶତାଧିକ ଇଣ୍ଡିଆ ମେଣ୍ଟ କର୍ମୀ କପିଳାସ ଛକ ନିକଟରେ ଏନ୍ଏଚକୁ ଅବରୋଧ କରି ବନ୍ଦ ପାଳନ କରିଛନ୍ତି । ଯାହାଫଳରେ ରାୟଗଡ଼ା ସହରରେ ଦୋକାନ, ବଜାର ବନ୍ଦ ରହିଥିବା ସହିତ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଶିରିକଣା ଓ ସାଇ ଇଣ୍ଟରନ୍ୟାସନାଲ ଛକରେ ମଧ୍ୟ ରାସ୍ତା ଅବରୋଧ କରାଯାଇଛି । ପିକେଟିଂ କରି ବନ୍ଦକୁ ସମର୍ଥନ କରିବା ପାଇଁ ଲୋକଙ୍କୁ କର୍ମୀମାନେ ନିବେଦନ କରିଛନ୍ତି ।
ସେହିପରି କୋଇଡ଼ାରେ ଖଣି ପରିବହନ ଠପ୍ । କୋଇଡ଼ା ବ୍ଲକ୍ ଛକ ରାସ୍ତାକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ରାସ୍ତାରେ ବସି ଇଣ୍ଡି ମେଣ୍ଟ କର୍ମୀ ପ୍ରତିବାଦ କରିଛନ୍ତି । ଫଳରେ ବିଭିନ୍ନ ଖଣିରୁ ପରିବହନ ଠପ୍ ହୋଇଯାଇଛି ।
ବିନିକାରେ କଂଗ୍ରେସ କର୍ମୀଙ୍କ ପିକେଟିଂ । ଟାୟାର ଜାଳି କଲେଜ ଛକରେ ଏନ୍ଏଚ୍‌ ୧୨୬ (A)କୁ ଅବରୋଧ କରାଯାଇଛି । ଯାହାଫଳରେ ଉଭୟ ପାଶ୍ୱରେ ଅଟକିଛି ଶହ ଶହ ଗାଡ଼ି ମୋଟର । ସୋନପୁର, ସମ୍ବଲପୁର, ବଲାଙ୍ଗିର, ବରଗଡ଼କୁ ଗମନାଗମନ ଠପ୍ ହୋଇଯାଇଛି ।
ସେହିପରି ଇଣ୍ଡିଆ ମେଣ୍ଟର କର୍ମୀ ବଣାଇରେ ଏନଏଚକୁ ଅବରୋଧ କରିବା ସହ ଟ୍ରେନ୍ ଚଳାଚଳକୁ ମଧ୍ୟ ବନ୍ଦ କରିଛନ୍ତି । CPIM ଓ JMM କର୍ମୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ରଜାମୁଣ୍ଡା ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ଏନ୍ଏଚ୍ ଅବରୋଧ କରିଛନ୍ତି । ଫଳରେ ଲୁହାପଥର ପରିବହନ ଠପ୍ ହୋଇଯାଇଛି । ଜାତୀୟ ରାଜପଥରେ ଅଟକିଛି ଶହ ଶହ ଗାଡ଼ି ମୋଟର ।
📲Get App