🔥 TRENDING वोट चोर गद्दी छोड़ के नारे के साथ कोंग्... 80 કરોડના ખર્ચે અત્યાધુનિક સુવિધાઓ સાથ... બોલિવૂડના દિગ્ગજ અભિનેતા નાના પાટેકરનુ... कर्मचारी के 42 लाख लेकर हुआ फरार हिसार में शोधार्थियों का अनिश्चितकालीन... Assam Woman's Body Found in Andhra Pra...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଗାରେଡି ଉପରେ ଭରସା କଲେ ନବବିବାହିତା; ୩ ଦିନ ଘରେ ରଖି ଦୁଷ୍କର୍ମ କଲେ ଗୁଣିଆ
Crime

ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଗାରେଡି ଉପରେ ଭରସା କଲେ ନବବିବାହିତା; ୩ ଦିନ ଘରେ ରଖି ଦୁଷ୍କର୍ମ କଲେ ଗୁଣିଆ

✍️ Reporter: Deepak Mahapatra 🗓 08 Oct 2026, 01:16 PM 👁 16
Share: 💬 WhatsApp 📘 Facebook 𝕏 Post
ବିବାହର କିଛି ଦିନ ପରେ ଶାଶୁଘରେ ଦିଆଗଲା ନିର୍ଯାତନା। ପରିବାରରେ ଲାଗି ରହିଥିଲା ଅଶାନ୍ତି। ଅଶାନ୍ତି ଦୂର କରିବା ପାଇଁ ଗୁଣିଆଙ୍କ ଆଶ୍ରୟ ନେଇଥିଲେ ନବବିବାହିତା। ଗୁଣିଗାରେଡ଼ି ଦ୍ଵାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ତାଙ୍କର ରହିଥିଲା ଅନ୍ଧବିଶ୍ୱାସ। ଆଉ ତାଙ୍କର ଏହି ଅନ୍ଧବିଶ୍ୱାସର ଫାଇଦା ଉଠାଇଥିଲେ ଗୁଣିଆ। ଗୁଣିଗାରେଡ଼ି ଆଳରେ ଗୁଣିଆ ତାଙ୍କୁ ନିଜ ଘରେ ୩ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏନେଇ ବିଶୋଇ ଥାନାରେ ଅଭିଯୋଗ କରିଛନ୍ତି ନବବିବାହିତା। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଲକ୍ଷ୍ମଣ ଲୋହାର। ତାଙ୍କ ବୟସ ୭୦ ବର୍ଷ।
ଏହି ୩୦ ବର୍ଷୀୟା ନବବିବାହିତା ଜଣଙ୍କ ବାପଘର କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ। ବାପାମାଆଙ୍କ ମୃତ୍ୟୁ ପରେ ସେ ଗୋରୁମହିଷାଣୀ ଅଞ୍ଚଳରେ ତାଙ୍କ ସାଙ୍ଗଙ୍କ ସହିତ ରହୁଥିଲେ। ଗତ ସେପ୍ଟେମ୍ବର ମାସରେ ବିଶୋଇ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ସେ ପ୍ରେମ ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କର ମଧ୍ୟ ମାଆ ନାହାନ୍ତି। ସେ ତାଙ୍କ ବାପା ଓ ସାନ ମା’ ସହିତ ଗାଁରେ ରହୁଥିଲେ। ବିବାହର କିଛି ଦିନ ପରେ ନବବିବାହିତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଶାଶୁଘର ଲୋକଙ୍କ ନିର୍ଯାତନା। ସ୍ୱାମୀଙ୍କ ସାନ ମା’ଙ୍କ ନିର୍ଯାତନା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା। ସେପଟେ ଏହାକୁ ନେଇ ସ୍ୱାମୀଙ୍କ ସହିତ ମଧ୍ୟ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା।
ଏଭଳି ସ୍ଥିତିରେ ନବବିବାହିତାଙ୍କ ସ୍ୱାସ୍ଥ୍ୟ ଅଧିକାଂଶ ସମୟ ଖରାପ ରହିଲା। ସେ ପରିବାରରେ ଶାନ୍ତି ଚାହୁଁଥିଲେ। ସ୍ୱାମୀଙ୍କ ସହିତ ସୁସମ୍ପର୍କ ଚାହୁଁଥିଲେ। ତେଣୁ ଗୁଣିଆ ଲକ୍ଷ୍ମଣ ଲୋହାରଙ୍କ ପାଖକୁ ଯାଇଥିଲେ। ଗୁଣିଗାରେଡ଼ି ଦ୍ଵାରା ତାଙ୍କ ପାରିବାରିକ ଜୀବନ ସହିତ ସ୍ୱାସ୍ଥ୍ୟ ଠିକ୍‌ ହୋଇଯିବ ବୋଲି ଗୁଣିଆ ଜଣଙ୍କ ତାଙ୍କୁ କହିଥିଲେ। ଏହାକୁ ସେ ବିଶ୍ୱାସ କରିଥିଲେ। ଯୋଜନା ପ୍ରକାରେ ଗତ ଗୁରୁବାର ସେ ବିଶୋଇ ଥାନା ଡୁମୁରିଆ ଗ୍ରାମରେ ଗୁଣିଆ ଲକ୍ଷ୍ମଣ ଲୋହାରଙ୍କ ଘରେ ପହଞ୍ଚିଥିଲେ।
ଗଣିଗାରେଡ଼ି ଆଳରେ ଗୁଣିଆ ଲକ୍ଷ୍ମଣ ଲୋହାର ନବବିବାହିତାଙ୍କୁ ତାଙ୍କ ଘରେ ୩ ଦିନ ରଖିବା ସହିତ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଏହା ମଧ୍ୟରେ ସେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ଗତ ସୋମବାର ସେ ୧୦୮ ଆମ୍ବୁଲାନ୍ସକୁ ଡାକି ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହିତ ଘଟିଥିବା ଘଟଣାକୁ ସେ ଡାକ୍ତରଖାନା କର୍ମଚାରୀଙ୍କୁ କହିଥିଲେ। ଏ ସଂପର୍କରେ ଖବର ପାଇ ଗତକାଲି ବିଶୋଇ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚିଥିଲା। ନବବିବାହିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ନବବିବାହିତାଙ୍କର ଡାକ୍ତରୀ ମାଇନା କରାଯାଇଥିବା ବେଳେ ପୁଲିସ ତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ଗୁଣିଆ ଲକ୍ଷ୍ମଣ ଲୋହାରଙ୍କୁ ଗିରଫ କରିଛି।
📲Get App