अपराध
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ବର୍ଷେ ପୂରିଲା; ଥାନାକୁ ଡାକି ବିକ୍ରମଙ୍କୁ ୩ ଘଣ୍ଟା ୪୦ ମିନିଟ ଘାଣ୍ଟିଲା ପୁଲିସ
ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ଆଜି ବର୍ଷେ ପୂରିଥିବା ବେଳେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଜାମିନ୍ ପାଇ ଜେଲ୍ରୁ ଆସିଥିବା ଅଭିଯୁକ୍ତ ତଥା ପୂର୍ବତନ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ୩ ଘଣ୍ଟା ୪୦ ମିନିଟ୍ ଜେରା କରିଛି ପୁଲିସ। ଆସନ୍ତା ୧୬ ତାରିଖରେ ପୁଣି ଥରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ୧୦ ମାସରୁ ଅଧିକ ଦିନ ଜେଲ୍ରେ ରହିବା ପରେ ସର୍ତ୍ତମୂଳକ ଜାମିନ ପାଇଥିଲେ ବିକ୍ରମ। ଗତ ମାସ ୧ ତାରିଖରେ ସେ ଜେଲ୍ରୁ ବାହାରିଥିବା ବେଳେ ପୁଣି ଏକ ଅଡ଼ୁଆରେ ଛନ୍ଦି ହୋଇଥିଲେ । ପୀତବାସ ପଣ୍ଡା ହତ୍ୟା ଘଟଣାର ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ସେ ଫୋନ୍ରେ ଧମକ ଦେଇଥିବା ତଥା ପ୍ରଲୋଭିତ କରିଥିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆଜି ପୁଣି ବିକ୍ରମ ଥାନାରେ ହାଜର ହୋଇଥିଲେ। ଆଜି ଦିନ ୧୧ଟା ରେ ବିକ୍ରମ ଥାନାକୁ ଆସିଥିଲେ। ୪ ଜଣ ପୁଲିସ ଅଧିକାରୀ ତାଙ୍କୁ ଜେରା କରିଥଲେ । ୩ ଘଣ୍ଟା ୪୦ ମିନିଟ ଧରି ସେ ଜେରାର ସମ୍ମୁଖୀନ ହୋଇଥିଲେ।
ଥାନାରୁ ବାହାରିବା ପରେ ବିକ୍ରମ କହିଥିଲେ ଯେ ଜଣଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ନୋଟିସ୍ ଜାରି ଥାନାକୁ ଡକା ଯାଇଥିଲା। ଯାହା ସେମାନେ ପଚାରିଲେ ସେ ତା’ର ଉତ୍ତର ରଖିଥିଲେ। ଯାହା ସତ, ତାହା ସେ ଥାନାରେ କହିଥିଲେ।
ବିକ୍ରମଙ୍କୁ ପୁଣି ଆସନ୍ତା ୧୬ ତାରିଖ ରେ ଥାନାରେ ହାଜିରା ହେବାକୁ କୁହାଯାଇଥିବା ବିକ୍ରମଙ୍କ ଓକିଲ କହିଛନ୍ତି। ବ୍ରହ୍ମପୁର ଏସପି କହିଛନ୍ତି ଯେ ବିକ୍ରମ ପଣ୍ଡା ପୁଲିସକୁ ସହଯୋଗ କରିଛନ୍ତି। ଦରକାର ପଡ଼ିଲେ ଅନ୍ୟମାନଙ୍କୁ ମଧ୍ୟ ଡକାଯାଇ ଜେରା କରାଯିବ।
୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ସାଢ଼େ ୯ଟା। ଖବର ପ୍ରଚାର ହେଲା ବରିଷ୍ଠ ଆଇଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କେହି ଗୁଳି କରି ଦେଇଛି। MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ପୀତବାସଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାରେ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଥିଲେ ବିଜେଡି ନେତା ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।