अपराध
ଚୋରି ବାଇକ୍କୁ ଖଣ୍ଡଖଣ୍ଡ କରି ଯନ୍ତ୍ରାଂଶ ଲୁଚାଇଥିଲେ, ୨ ଗିରଫ
यहाँ देखें:
▶️ YouTube
ଚୋରି ବାଇକ୍କୁ ଖଣ୍ଡଖଣ୍ଡ କରି ଯନ୍ତ୍ରାଂଶ ଲୁଚାଇଥିଲେ, ୨ ଗିରଫ
ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ଚୋରି ହୋଇଥିବା ଏକ ବାଇକ୍କୁ ଖଣ୍ଡଖଣ୍ଡ କରି ଏହାର ବିଭିନ୍ନ ଯନ୍ତ୍ରାଂଶ ଲୁଚାଇ ରଖିଥିବା ଅଭିଯୋଗ ରେ କ୍ୟାପିଟାଲ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ କଟକ ରାଣୀହାଟ ଅଞ୍ଚଳର ହରିନାରାୟଣ ପ୍ରସାଦ ଏବଂ ବାଲେଶ୍ୱର ରାଣିଆଗଞ୍ଜ ଅଞ୍ଚଳର ନିଶିକାନ୍ତ ସାହୁ।
ପୁଲିସର ସୂଚନା ଅନୁସାରେ, ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ବାଇକ୍ଟି ଚୋରି ହୋଇଥିଲା। ତଦନ୍ତ ସମୟରେ ଚୋରି ହୋଇଥିବା ବାଇକ୍କୁ ଖଣ୍ଡଖଣ୍ଡ କରାଯାଇ ଏହାର ଯନ୍ତ୍ରାଂଶ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ନେଇ ପୁଲିସ ସୂଚନା ପାଇଥିଲା।
ଏହାପରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।#globalnewspress